Mon. Oct 5th, 2026

କାଶ୍ମୀରରେ ଆତଙ୍କବାଦୀ ହୋଇଥିବା ଯୁବକ ପୂର୍ବରୁ ପଥର ଫିଙ୍ଗୁଥିଲେ : ସେନା

233 Views

ଶ୍ରୀନଗର : କାଶ୍ମୀର ଉପତ୍ୟାକାରେ ଆତଙ୍କବାଦୀ ହୋଇଥିବା ଯୁବକମାନେ ପୂର୍ବରୁ ପଥର ଫିଙ୍ଗାଳିଥିଲେ । ଯେଉଁ ପିଲାମାନେ ଏବେ ପଥର ଫିଙ୍ଗାରେ ବ୍ୟସ୍ତ ଅଛନ୍ତି ସେମାନେ ଭବିଷ୍ୟତରେ ଆତଙ୍କବାଦୀ ହେବାର ସମ୍ଭାବନା ଅଛି, ଏଣୁ ଅଭିଭାବକମାନେ ସତର୍କ ହେବା ଉଚିତ ବୋଲି ସେନା କହିଛି ।

ଆଜି ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଭାରତୀୟ ସେନାର ଚିନାର କପ୍ସର କମାଣ୍ଡର ଲେପ୍ଟନାଣ୍ଟ ଜେନେରାଲ କେଜେଏସ ଧୀଲନ କହିଛନ୍ତି ଯେ କାଶ୍ମୀରରେ ଆତଙ୍କବାଦ ଉପରେ ଏକ ଗଭୀର ଅନୁଶୀଳନ ପରେ ଜଣାପଡିଛି ଯେ ଏବେ ଆତଙ୍କବାଦୀ ହୋଇ ଅସ୍ତ୍ର ଉଠାଇଥିବା ପ୍ରାୟ ୮୫ ପ୍ରତିଶତ ଯୁବକ ପୂର୍ବରୁ ପଥର ଫିଙ୍ଗିବାର ନଜିର ରହିଛି ।

ସେନା ପକ୍ଷରୁ ଆହୁରି ମଧ୍ୟ କୁହାଯାଇଛି ଯେ ପାକିସ୍ତାନ ଅମରନାଥ ଯାତ୍ରୀଙ୍କ ଟାର୍ଗେଟ କରି କାଶ୍ମୀରରେ ଅଶାନ୍ତି ସୃଷ୍ଟି କରିବାକୁ ଉଦ୍ୟମ କରୁଛି । ସେନାର ଅପରେସନ ବେଳେ ପାକ ନିର୍ମିତ ଲାଣ୍ଡମାଇନ ଓ ଆମେରିକା ନିର୍ମିତ ସ୍ନାଇପର ରାଇଫଲ ମିଳିଛି ।
ଏହି ଅବସରରେ ଜାମ୍ମୁ ଓ କାଶ୍ମୀର ପୁଲିସର ଡିଜିପି ଦିଲବାଗ ସିଂ କହିଛନ୍ତି ଯେ ଉପତ୍ୟାକା ଓ ନିୟନ୍ତ୍ରଣରେଖା ନିକଟରେ ପରିସ୍ଥିତି ନିୟନ୍ତ୍ରଣାଧୀନ ରହିଛି ।

By amfnews

Related Post