କାଳିଆ ଯୋଜନାରେ ୫୧,୦୫,୨୯୦ ଜଣ ହିତାଧିକାରୀ ସହାୟତା ପ୍ରଦାନ କରାଯାଇଥବାବେଳେ ଅଦ୍ୟାବଧି ୭୨ ପ୍ରତିଶତ ହିତାଧିକାରୀ ତାଲିକା ଯାଞ୍ଚ କରାଯାଇଛିା ପ୍ରାୟ ୩୬,୮୮,୦୦୦ ହିତାଧିକାରୀଙ୍କର ଯାଞ୍ଚ କାର୍ଯ୍ୟ ସରିଛିା ଅଗଷ୍ଟ ୨୭ ତାରିଖରେ ପଞ୍ଚାୟତ ସ୍ତରରେ ଯାଞ୍ଚ ପ୍ରକ୍ରିୟା ଶେଷ କରାଯିବା ପରେ ୨୯ ତାରିଖରେ ବ୍ଲକ ସ୍ତରରେ ଓ ୩୧ତାରିଖରେ ଜିଲ୍ଲାସ୍ତରରେ ଏହାକୁ ଚୂଡ଼ାନ୍ତ କରାଯାଇ କୃଷି ଓ କୃଷକ ସଶକ୍ତିକରଣ ବିଭାଗକୁ ଏହି ତାଲିକା ପଠାଯିବା ସମସ୍ତ ତଥ୍ୟକୁ ଆଧାର କରି ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ ଡ. ସାହୁ କହିଛନ୍ତିା ସେହିପରି କାଳିଆ ଯୋଜନାରେ କାଳିଆ ଛାତ୍ରବୃତ୍ତି ପ୍ରଦାନ ସଂପର୍କରେ ମଧ୍ୟ ବୈଠକରେ ଆଲୋଚନା କରାଯାଇଥଲାା ଏହି ଯୋଜନାରେ ୧୯,୨୪୭ ଜଣ ଛାତ୍ରଛାତ୍ରୀ ଛାତ୍ରବୃତ୍ତି ନିମନ୍ତେ ଆବେଦନ କରିଛନ୍ତିା ଅନ୍ଲାଇନ୍ରେ କରାଯାଇଥବା ଏହି ଆବେଦନଗୁଡ଼ିକୁ ସଂପୃକ୍ତ ଶିକ୍ଷାନୁଷ୍ଠାନ ଓ ବିଭାଗୀୟ ଅଧିକାରୀମାନଙ୍କ ଦ୍ୱାରା ଯାଞ୍ଚ କରାଯାଇ କାଳିଆ ଛାତ୍ରବୃତ୍ତି ପ୍ରଦାନ କରାଯିବ ବୋଲି ମନ୍ତ୍ରୀ ଡ. ସାହୁ କହିଥଲୋ
471 Views

