Wed. Aug 5th, 2026

କାଳ ହେଲା କ୍ୱାକ୍‌ ଚିକିତ୍ସା, ଆଖି ବୁଜିଲେ ମହିଳା

234 Views

ବେତନଟୀ/ବୈଶିଙ୍ଗା : କାଳ ହେଲା କ୍ବାକ୍‌ ଚିକିତ୍ସା। ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ଅଧୀନ ପାଟଳିପୁରା ପଞ୍ଚାୟତର ଜଣେ ମହିଳାଙ୍କୁ ଏଥିପାଇଁ ଜୀବନ ଦେବାକୁ ପଡ଼ିଛି। ସୂଚନା ଅନୁଯାୟୀ; ପଞ୍ଚାୟତ ଅଧୀନ ଶଙ୍ଖମୁଣ୍ଡା ଗ୍ରାମର ବାଲିଆ ସିଂଙ୍କ ପତ୍ନୀ ସଂଜୁ (୨୨)ଙ୍କ ଝାଡ଼ାବାନ୍ତି ଲାଗିରହିଥିଲା। ତେଣୁ ପରିବାର ଲୋକେ ତାଙ୍କୁ ଗତକାଲି ସ୍ଥାନୀୟ ଜଣେ କ୍ବାକ୍‌ଙ୍କ ପାଖକୁ ଚିକିତ୍ସା ପାଇଁ ନେଇଥିଲେ। ହେଲେ କ୍ବାକ୍‌ଙ୍କ ଔଷଧ କାମ ଦେଇନଥିଲା। ଫଳରେ ସଂଜୁ ଆଜି ଗୁରୁତର ହୋଇ ପଡ଼ିଥିଲେ। ଏପରି ସମୟରେ ପରିବାର ଲୋକ ସଙ୍କଟାପନ୍ନ ଅବସ୍ଥାରେ ତାଙ୍କୁ ବେତନଟୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ତେବେ ଡାକ୍ତରଖାନାରେ ପହଂଚିବା ପରେ ସେଠାରେ କାର୍ଯ୍ୟରତ ଡାକ୍ତର ସଂଜୁଙ୍କ ମୃତ୍ୟୁ ହୋଇଯାଇଥିବା ପ୍ରକାଶ କରିଥିଲେ। ଖବର ପାଇ ମାଣତ୍ରୀ ଫାଣ୍ତି ପୁଲିସ୍‌ ଡାକ୍ତରଖାନାରେ ପହ‌ଞ୍ଚି ଶବ ଜବତ ପରେ ବ୍ୟବଚ୍ଛେଦ କରାଇଥିଲେ। ଏନେଇ ବୈଶିଙ୍ଗା ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଥିବା ବେଳେ ସମ୍ପୃକ୍ତ କ୍ବାକ୍‌ଙ୍କ ବିରୋଧରେ କିନ୍ତୁ କୌଣସି ଅଭିଯୋଗ ହୋଇନାହିଁ।

By amfnews

Related Post