Fri. May 15th, 2026

କାର୍‌ ଧକ୍କାରେ ବାଇକ୍‌ ଚାଳକ ଗୁରୁତର

194 Views

ବରପାଲି : ବରପାଲି ନିକଟସ୍ଥ ବାରଙ୍ଗାପାଲି-ରାମପୁର ରାସ୍ତାରେ ଶୁକ୍ରବାର ଏକ କାର୍‌ ଧକ୍କାରେ ଜଣେ ବାଇକ୍‌ ଚାଳକ ଗୁରୁତର ଭାବେ ଆହତ ହୋଇଛନ୍ତି। ପ୍ରାପ୍ତ ସୂଚନାନୁସାରେ ବାରଙ୍ଗପାଲିର ସୂର୍ଯ୍ୟମଣି ବାରିକ (୪୫) ବାଇକ୍‌ ନେଇ ଯାଉଥିବା ବେଳେ ସାମ୍‌ନା ପଟୁ ଅସୁଥିବା ଏକ କାର୍‌ (ଏମ୍‌ପି ୨୮ ସିଏ-୫୯୧୭) ତାଙ୍କୁ ଧକ୍କା ଦେଇଥିଲା। ବାଇକ୍‌ ଧକ୍କା ଦେବା ପରେ କାର୍‌ଟି ରାସ୍ତା କଡ଼ରେ ଥିବା ବିଦ୍ୟୁତ୍‌ ଖୁଣ୍ଟକୁ ଧକ୍କା ଦେଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଦୁର୍ଘଟଣାରେ ସୂର୍ଯ୍ୟମଣିଙ୍କ ମୁଣ୍ଡ ସହ ଶରୀରର ବିଭିନ୍ନ ସ୍ଥାନରେ ଗଭୀର କ୍ଷତ ସୃଷ୍ଟି ହୋଇଥିବା ବେଳେ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ବରପାଲି ଡାକ୍ତରଖାନାକୁ ଆଣିଥିଲେ। ମାତ୍ର ଅବସ୍ଥା ସଂକଟାପନ୍ନ ଥିବାରୁ ତାଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଛି। ଅନ୍ୟପଟେ କାର୍‌ ଚାଳକ ମଧ୍ୟପ୍ରଦେଶ ଛିନୱାଡ଼ା ଜିଲ୍ଲାର ବଳବନ୍ତ କଡ଼ୱେକର ମଧ୍ୟ ସାମାନ୍ୟ ଆହତ ହୋଇଥିବା ଜଣାପଡ଼ିଛି। ବରପାଲି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଗାଡ଼ି ଜବତ କରିବା ସହ ସେଥିରେ ଥିବା ୪ ଜଣଙ୍କୁ ଅଟକ ରଖି ମାମଲାର ତଦନ୍ତ କରୁଛି।

By amfnews

Related Post