Fri. May 15th, 2026

କାର୍ତିଙ୍କୁ କହିଲେ ସୁପ୍ରିମ୍‌ କୋର୍ଟ: ୧୦ କୋଟି ଟଙ୍କା ଜମା କରି ବିଦେଶ ଭ୍ରମଣରେ ଯାଅ

297 Views

ନୂଆଦିଲ୍ଲୀ, ଜାନୁଆରୀ ୩୦ : ଏୟାର୍‌ସେଲ୍‌-ମାକ୍‌ସିସ୍‌ ମାମଲାରେ ଅଭିଯୁକ୍ତ ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦାମ୍ବରମ୍‌ଙ୍କ ପୁତ୍ର କାର୍ତି ଚିଦାମ୍ବରମ୍‌ଙ୍କୁ ବିଦେଶ ଭ୍ରମଣ ଲାଗି ବୁଧବାର ଦିନ ସୁପ୍ରିମ୍‌ କୋର୍ଟ ଅନୁମତି ଦେଇଛନ୍ତି।

ଏଥିଲାଗି ସୁପ୍ରିମ୍‌ କୋର୍ଟଙ୍କ ରେଜିଷ୍ଟ୍ରି ଠାରେ ୧୦ କୋଟି ଟଙ୍କାର ସି୍ୟୁରେଟି ଜମା ଦେବାକୁ ମଧ୍ୟ ଅଦାଲତ କାର୍ତିଙ୍କୁ ନିର୍ଦେଶ ଦେଇଛନ୍ତି। ଆଇନ୍‌ ସହିତ ନ ଖେଳି ଆଇଏନ୍‌ଏକ୍ସ ଓ ଏୟାର୍‌ସେଲ୍‌ ମ୍ୟାକ୍ସସିସ୍‌ ମାମଲାରେ ପଚରା ଉଚୁରା ଲାଗି ମାର୍ଚ ୫, ୬, ୭ ଏବଂ ୧୨ ତାରିଖ ଦିନ ପ୍ରବର୍ତ୍ତନ ନିର୍ଦେଶାଳୟରେ ସମ୍ମୁଖୀନ ହେବା ଲାଗି କାର୍ତିଙ୍କୁ କହିବା ସହ ସୁପ୍ରିମ୍‌ କୋର୍ଟ ତାଙ୍କୁ ନିର୍ଦେଶ ଦେଇଛନ୍ତି।

ପ୍ରଧାନ ବିଚାରପତି ଜଷ୍ଟିସ୍‌ ରଞ୍ଜନ ଗୋଗୋଇଙ୍କ ନେତୃତ୍ୱାଧୀନ ଖଣ୍ଡପୀଠ କହିଛନ୍ତି: ଫେବ୍ରୁଆରି ୧୦ ରୁ ୨୬ ତାରିଖ ଭିତରେ ଆପଣଙ୍କ ମନ ଯୁଆଡ଼େ ହେଉଛି ଯାଆନ୍ତୁ, କିନ୍ତୁ ଆପଣ ତଦନ୍ତରେ ସହଯୋଗ କରିବା ଉଚିତ। ସହଯୋଗ କରିବାକୁ ଆପଣଙ୍କ କ୍ଲାଏଣ୍ଟ୍‌ମାନଙ୍କୁ ମଧ୍ୟ କୁହନ୍ତୁ। ଆପଣ ସହଯୋଗ କରି ନାହାନ୍ତି। ଆମେ ବହୁତ କଥା କହିବାକୁ ଚାହୁଁଛୁ। ଆମେ ଏଇନେ ସେ ସବୁ କିଛି କହୁନାହୁଁ।

By amfnews

Related Post