Thu. Sep 24th, 2026

କାର ଶୋ’ ରୁମ୍‌ରୁ ୯୫ହଜାର ଟଙ୍କା ଲୁଟିନେଲେ

197 Views

ଉଦଳା  :  ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା ଅନ୍ତର୍ଗତ ମସଜିଦ୍‌ ଛକ ନିକଟରେ ଥିବା ମାରୁତି ସୁଜୁକି ଶୋ’ ରୁମରୁ୯୫ହଜାର ଟଙ୍କା ସମେତ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଚୋରି ହୋଇଥିବା ଅଭିଯୋଗ ହୋଇଛି। ଆଜି ସକାଳେ ଶୋ’ ରୁମ୍‌ ଖୋଲିବା ପରେ କର୍ମଚାରୀମାନେ ଲୁଟ୍‌ ହୋଇଥିବା ଜାଣିଥିଲେ। ଏ ନେଇ ସେମାନେ ପୁଲିସକୁ ଖବର ଦେଇଥିଲେ।

ଗତକାଲି ବିଳମ୍ୱିତ ରାତିରେ ଦୁର୍ବୃତ୍ତମାନେ ବାଥ୍‌ ରୁମ୍‌ର ସ୍କାଏଲାଇଟ୍‌ ଦେଇ ଶୋ’ ରୁମ୍‌ ଭିତରକୁ ପ୍ରବେଶ କରିଥିଲେ । ଶୋ’ ରୁମ୍‌ରେ ଥିବା ଟେବୁଲ୍‌ ଡ୍ର’ ଭାଙ୍ଗି ଟଙ୍କା ସମେତ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ନେଇ ଯାଇଥିଲେ। ପୁଲିସ୍‌ ଘଟଣାର ତଦନ୍ତ କରୁଛି।

By amfnews

Related Post