Wed. Sep 9th, 2026

କାମୁଡ଼ିଲା ସାପ; ଡାକ୍ତରଖାନା ନ ଯାଇ ମନ୍ଦିରରେ ଅଧିଆ ପଡ଼ିଛନ୍ତି

324 Views

ଯାଜପୁର(ଅଭୟ ପତି): ଅନ୍ଧ ବିଶ୍ୱାସର ଅଭାବନୀୟ ଚିତ୍ର ଦେଖିବାକୁ ମିଳିଛି ଯାଜପୁର କୋରୋଇ ଥାନା ଅନ୍ତର୍ଗତ ଅସନଝର ଗାଁରେ। ସାପ କାମୁଡ଼ି ଦେବା ପରେ ଚିକିତ୍ସା ହେବାକୁ ଅମଙ୍ଗ ହୋଇ ବ୍ୟକ୍ତିଜଣକ ଗତକାଲିଠୁ ଗାଁ ମନ୍ଦିରରେ ଅଧିଆ ପଡ଼ିଛନ୍ତି। ଡାକ୍ତରୀ ଚିକିତ୍ସା ପରିବର୍ତ୍ତେ ପୂଜା ପାଠ ଦ୍ୱାରା ବିଷ ଝାଡ଼ିବାକୁ ଉଦ୍ୟମ ଚାଲିଛି। ଏଥିସହ ଭଜନ କିର୍ତ୍ତନ ବି ଚାଲିଛି। ଖବର ପାଇ ସାପ କାମୁଡ଼ା ରୋଗୀଙ୍କୁ ମେଡିକାଲ ନେବାକୁ ଆସିଥିବା ଆମ୍ବୁଲାନ୍ସ ଖାଲିରେ ଫେରି ଯାଇଛି। ବ୍ୟକ୍ତିଜଣକ ହେଉଛନ୍ତି ଅସନଝର ଗାଁର ରମାକାନ୍ତ ନାୟକ।

ସୂଚନାଯୋଗ୍ୟ ଯେ, ରମାକାନ୍ତ ଗତକାଲି ବିଲକୁ ଯାଇଥିବା ବେଳେ ସେଠାରେ ତାଙ୍କୁ ଏକ ସାପ କାମୁଡ଼ି ଦେଇଥିଲା। ମାତ୍ର ଚିକିତ୍ସା ନିମନ୍ତେ ସେ ମେଡିକାଲ ଯିବାକୁ ଅମଙ୍ଗ ହେଲେ। ଏହାପରେ ପରିବାର ଲୋକେ ତାଙ୍କୁ ନେଇ ମନ୍ଦିରରେ ଅଧିଆ ପକାଇଥିଲେ।  ତାଙ୍କ ଦେହରୁ ବିଷ ବାହାର କରିବାକୁ ମନ୍ଦିରରେ କାଲିଠୁ ଯଜ୍ଞ ଓ ପୂଜାପାଠ ମଧ୍ୟ ଚାଲିଛି । ରମାକାନ୍ତଙ୍କ ସହ ତାଙ୍କ ପତ୍ନୀ ବି ଗାଁ ମନ୍ଦିରରେ ଅଧିଆ ପଡ଼ିଛନ୍ତି । ଖବର ପାଇ ଆଜି ପୁଲିସ୍‌ ଟିମ୍‌ ଘଟଣାସ୍ଥଳ ଅଭିମୁଖେ ଯାଉଥିବା ଜଣାଯାଇଛି।  ଏଭଳି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।

By amfnews

Related Post