Sat. Sep 5th, 2026
377 Views

ନୂଆଦିଲ୍ଲୀ : ଚନ୍ଦ୍ର ଅଭିଯାନରେ ଯାଇଥିବା ଲ୍ୟାଣ୍ଡର ବିକ୍ରମ୍‌ ସହ ଯୋଗାଯୋଗ ବିଚ୍ଛିନ୍ନ ହେବା ପରେ ଇସ୍ରୋର ବୈଜ୍ଞାନିକମାନେ ନିରାଶ ହୋଇପଡ଼ିଛନ୍ତି। ଏମିତିକି ଇସ୍ରୋ ମୁଖ୍ୟ କେ ସିବନ ବି ଭାଙ୍ଗି ପଡ଼ିଛନ୍ତି। ଗତକାଲି ଲ୍ୟାଣ୍ଡର ବିକ୍ରମ୍‌ ସହ ଯୋଗାଯୋଗ ବିଚ୍ଛିନ୍ନ ହେବା ନେଇ ଘୋଷଣା କରିବା ବେଳେ ସେ ତାଙ୍କ କୋହ ସମ୍ଭାଳି ପାରି ନଥିଲେ ଓ କାନ୍ଦ କାନ୍ଦ ହୋଇଯାଇଥିଲେ। ସେହିପରି ଆଜି ଇସ୍ରୋ କାର୍ଯ୍ୟାଳୟରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବିଦାୟ ଦେବା ବେଳେ ବି ତାଙ୍କ କୋହ ସମ୍ଭାଳି ପାରି ନଥିଲେ ଓ କାନ୍ଦି ପକାଇଥିଲେ। ଆଉ ପ୍ରଧାନମନ୍ତ୍ରୀ ତାଙ୍କୁ କୋଳେଇ ନେଇ ପିଠି ଥାପୁଡ଼ାଇ ସାନ୍ତ୍ୱନା ଦେଇଥିଲେ। ଏହା ସହିତ ପ୍ରୟାସ ଜାରି ରଖିବାକୁ ଉତ୍ସାହିତ କରିଥିଲେ।

Pankaj Jha@pankajjha_

नि:शब्द … जब @isro के चीफ के सिवन पीएम मोदी को विदा कर रहे थे @ABPNews

Embedded video

ଏହି ପୂର୍ବରୁ ଆଜି ସକାଳେ ପ୍ରଧାନମନ୍ତ୍ରୀ ଇସ୍ରୋ କାର୍ଯ୍ୟାଳୟରୁ ଦେଶବାସୀଙ୍କୁ ସମ୍ବୋଧିତ କରିଥିଲେ ଓ ଇସ୍ରୋର ବୈଜ୍ଞାନିକମାନଙ୍କୁ ଭୁରି ଭୁରି ପ୍ରଶଂସା କରିଥିଲେ। ସେ କହିଥିଲେ,  ‘ଏହି ମିଶନ୍‌ର ଆଗାମୀ ପ୍ରୟାସରେ ଓ ଏହା ପରେ ବି ସବୁ ପ୍ରୟାସରେ ଆମେ ନିଶ୍ଚିନ୍ତ ଭାବେ ସଫଳତା ପାଇବୁ। ସବୁ ସଂଘର୍ଷ, କଠିନ ପରିସ୍ଥିତିରେ ଆମେ କିଛି ନୂଆ ଶିଖିବାର ସୁଯୋଗ ପାଇଥାଉ। ଏହା ଆମକୁ କିଛି ନୂଆ ଆବିଷ୍କାର ନିମନ୍ତେ ପ୍ରେରିତ କରିଥାଏ। ଏହାଦ୍ୱାରା ଆମର ସଫଳତାର ପଥ ପରିଷ୍କାର ହୋଇଥାଏ। ବିଜ୍ଞାନରେ ବିଫଳତା ନ ଥାଏ। ଏହାର କେବଳ ପ୍ରୟୋଗ ଓ ପ୍ରୟାସ ଥାଏ।’ ଏହା ସହିତ ବୈଜ୍ଞାନିକମାନଙ୍କ ସହିତ ସାରା ଦେଶ ରହିଛି ବୋଲି ସେ କହିଥିଲେ।

‘ଲ୍ୟାଣ୍ଡର ବିକ୍ରମ୍‌’ ଗତକାଲି ରାତି ୧ଟା ୫୩ ମିନିଟ୍‌ରେ ଜହ୍ନର ଦକ୍ଷିଣ ମେରୁକୁ ସ୍ପର୍ଶ କରିବାକୁ ଥିବା ବେଳେ ଶେଷ ମୁହୂର୍ତ୍ତରେ ଏହା ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା। ଚନ୍ଦ୍ର ପୃଷ୍ଠରେ ‘ବିକ୍ରମ’ ଅବତରଣ କରିବା ପରେ ତା’ଠାରୁ ରୋଭର ‘ପ୍ରଜ୍ଞାନ’ ଅଲଗା ହୋଇ ଜଳର ସନ୍ଧାନ କରିବା ସହ ଅନ୍ୟାନ ବିଷୟ ଉପରେ ଅନୁଧ୍ୟାନ କରିଥା’ନ୍ତା।

By amfnews

Related Post