Sat. Sep 26th, 2026

କାନ୍ଥରୁ ମିଳିଲା ସାଢ଼େ ୫ ଫୁଟର ନାଗ ସାପ ଓ ଅଣ୍ଡା

288 Views

ପୁରୀ  : ପୁରୀ ସଦର ବ୍ଲକ କରଡି ଗାଁରୁ ସାଢ଼େ ୫ ଫୁଟର ନାଗ ସାପ ଓ ଅଣ୍ଡା ଉଦ୍ଧାର କରାଯିବା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ମିଳିଥିବା ସୂଚନା ଅନୁଯାୟୀ, ଚନ୍ଦନପୁର ଥାନା ଅନ୍ତର୍ଗତ କରଡି ଗାଁର ଶିକ୍ଷକ ବିଦ୍ୟାଧର ବେହେରାଙ୍କ ରୋଷେଇ ଘର କାନ୍ଥରୁ ଅଣ୍ଡା ଓ ନାଗ ସାପ ମିଳିଛି।
ଗତକାଲି ଅପରାହ୍ନରେ ତାଙ୍କ ଘରେ ଏକ ନାଗସାପ ବୁଲୁଥିବାର ଦେଖି ସ୍ନେକ୍ ହେଲ୍ପ ଲାଇନକୁ ଖବର ଦେଇଥିଲେ। ଏହାପରେ ସ୍ନେକ୍ ହେଲ୍ପ ଲାଇନର କର୍ମୀମାନେ ଉକ୍ତ ସାପକୁ ଉଦ୍ଧାର କରିବା ସହ ରୋଷେଇ ଘର କାନ୍ଥରୁ ମିଳିଥିବା ଅଣ୍ଡାକୁ ବି ବାହାର କରିଥିଲେ। ଏହାପରେ ସ୍ନେକ୍ ହେଲ୍ପ ଲାଇନର କର୍ମୀମାନେ ଉକ୍ତ ନାଗସାପକୁ ବାଲୁଖଣ୍ଡ ଅଭୟାରଣ୍ୟ ଜଙ୍ଗଲରେ ଛାଡ଼ି ଦେଇଥିଲେ।
ଅପରପକ୍ଷରେ ଆଜି ସକାଳେ ପୁରୀ ଜିଲ୍ଲାର କୃଷ୍ଣପ୍ରସାଦ ଥାନା  ଅନ୍ତର୍ଗତ ମାଲୁଦ ବନାଞ୍ଚଳରୁ ଏକ କଲରାପତିଆ ବାଘକୁ ବନ ବିଭାଗ ଉଦ୍ଧାର କରିଥିବା ଜଣାଯାଇଛି। ଏହି ଦୁଇ ଘଟଣା ଜିଲ୍ଲାରେ ଚର୍ଚ୍ଚାର ବିଷୟ ହୋଇଛି।

By amfnews

Related Post