Mon. Oct 5th, 2026

କାନ୍ଥ ପଡ଼ି ଜଣେ ମୃତ

344 Views

ବାଲେଶ୍ୱର : ଗତକାଲି ରାତିରେ କାନ୍ଥ ପଡ଼ି ବାଲେଶ୍ୱର ଜିଲ୍ଲା ସଦର ବ୍ଲକ୍‌ ଅନ୍ତର୍ଗତ ପାଖରାବାଡ଼ ଗାଁର ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ଏ ନେଇ ପରିବାର ଲୋକେ ପୁଲିସକୁ ସୂଚନା ଦେଇଛନ୍ତି।

ମିଳିଥିିବା ସୂଚନା ଅନୁଯାୟୀ, ଗତକାଲିି ରାତିରେ ବାଲେଶ୍ୱର ଜିଲ୍ଲା ସଦର ବ୍ଲକ୍‌ ଅନ୍ତର୍ଗତ ପାଖରାବାଡ଼ ଗାଁର ଗୋକୁଳି ବେହେରା( ୬୦ ବର୍ଷ) ଖାଇ ପି ଘରେ ଶୋଇଥିଲେ। ତେବେ ପ୍ରବଳ ବର୍ଷା ଯୋଗୁଁ ଘରର ମାଡ଼ି କାନ୍ଥ ଭିଜି ରହିଥିଲା। ବିଳମ୍ବିତ ରାତିରେ ହଠାତ ଶ୍ରୀ ବେହେରା ଶୋଇଥିବା ଘରର କାନ୍ଥ ଭୁଶୁଡ଼ି ତାଙ୍କ ଉପରେ ପଡ଼ିଥିଲା। କାନ୍ଥ ପଡ଼ିବା ଶବ୍ଦ ଶୁଣି ପରିବାର ଲୋକେ ଶ୍ରୀ ବେହେରାଙ୍କ ଶୋଇବା ଘରେ ପହଞ୍ଚି ମାଟି କାନ୍ଥ ତଳୁ ତାଙ୍କୁ ଉଦ୍ଧାର କରିଥିଲେ। ମାତ୍ର ସେତେବେଳକୁ ଶ୍ରୀ ବୋହରାଙ୍କର ମୃତ୍ୟୁ ଘଟି ସାରିଥିଲା। ତେବେ ବର୍ଷା ଯୋଗୁଁ ରାସ୍ତା ଯୋଗାଯୋଗ ଖରାପ ଥିବାଣ ଓ ଶ୍ରୀ ବେହେରାଙ୍କ ମୃତ୍ୟୁ ଘଟିସାରିଥିବା ଜାଣି ପରିବାର ଲୋକେ ତାଙ୍କୁ ଆଉ ଡାକ୍ତରଖାନାକୁ ଆଣି ନଥିଲେ।

By amfnews

Related Post