Thu. Aug 13th, 2026

କାନଡାରେ ଅଷ୍ଟ୍ରେଲୀୟ ପୁଲିସ ମୁଖ୍ୟଙ୍କ ପୁଅ ଓ ପୁଅର ପ୍ରେମିକା ନିହତ

363 Views

ମଣ୍ଟ୍ରିଆ : ଏ ସପ୍ତାହରେ ପଶ୍ଚିମ କାନଡାରେ ହତ୍ୟା କରାଯାଇଥିବା ଜଣେ ଯୁବକ ଓ ଜଣେ ଯୁବତୀଙ୍କ ମଧ୍ୟରୁ ଯୁବକଜଣକ ଅଷ୍ଟ୍ରେଲିଆର ଜଣେ ଉଚ୍ଚ ପାହ୍ୟାର ପୁଲିସ ଅଧିକାରୀଙ୍କ ପୁଅ ବୋଲି ପୁଲିସ କହିଛି।

ଉତ୍ତର ବ୍ରିଟିସ୍‌ କଲମ୍ବିଆ ପ୍ରଦେଶର ସୂଦୁର ରାଜପଥରୁ ସୋମବାର ଦିନ ସିଡ୍‌ନି ନିବାସୀ ୨୩ ବର୍ଷିୟ ଲ୍ୟୁକାସ୍‌ ରବର୍ଟସନ୍‌ ଫାଓଲର୍‌ ଏବଂ ଯୁକ୍ତରାଷ୍ଟ୍ର ଆମେରିକାର ଉତ୍ତର କାରୋଲିନାର ୨୪ ବର୍ଷୀୟ ସାଇନା ନିଲ୍‌ ଡିଜ୍‌ଙ୍କ ଶବ ମିଳିଥିବା କଥା ବିଳମ୍ବିତ ଶୁକ୍ରବାର ଦିନ ପୁଲିସ ଏକ ବିବୃତିରେ କହିଛି।

ପଡ଼ୋଶୀ ଆଲବର୍ଟା ପ୍ରଦେଶରେ ପଞ୍ଜିକୃତ ହୋଇଥିବା ଗୋଟାଏ ନୀଳ ରଙ୍ଗର ସେଭ୍ରୋଲେଟ୍‌ ମିନିଭ୍ୟାନ୍‌ ମଧ୍ୟ ରାସ୍ତା ପାଶ୍ୱରୁ ମିଳିଥିଲା ବୋଲି ରୟଲ କାନାଡିଆନ୍‌ ମାଉଣ୍ଟେଡ୍‌ ପୋଲିସ କହିଛି। ଫାଓଲର୍‌ ବ୍ରିଟିସ୍‌ କଲମ୍ବିଆରେ ଘରଦ୍ୱାର କରି ରହିଥିଲେ ଓ ଦୁହେଁ ବିଭିନ୍ନ ଆଡ଼େ ବୁଲାବୁଲି କରୁଥିଲେ ବୋଲି ସ୍ଥାନୀୟ ଗଣମାଧ୍ୟ ପ୍ରକାଶ କରିଛନ୍ତି।
ଅଷ୍ଟ୍ରେଲିଆର ନିଉ ସାଉଥ୍‌ େଓ୍ଵଲେସ୍‌ର ମୁଖ୍ୟ ପୁଲିସ ଇନ୍‌ସ୍‌ପେକ୍ଟର୍‌ ଷ୍ଟିଫେନ୍‌ ଫାଓଲର୍‌ଙ୍କ ପୁଅ ଫାଓଲର୍‌ଙ୍କୁ ଗୁଳି କରି ହତ୍ୟା କରାଯାଇଛି ବୋଲି ସୂଚନା ଦିଆଯାଇଥିଲା। ସେମାନଙ୍କୁ କେହି ଯୋଜନା କରି ହତ୍ୟା କରିଛି ନା, ଆକସ୍ମିକ ହତ୍ୟା କରାଯାଇଛି ତାହା ଜଣାପଡ଼ି ନାହିଁ। ଉଭୟଙ୍କ ପରିବାର ଲୋକେ କାନଡା ଗସ୍ତ କରିଛନ୍ତି।

By amfnews

Related Post