Mon. Aug 3rd, 2026

କଶ୍ମୀରରେ ପ୍ରତିବାଦ ସଂକ୍ରାନ୍ତ ରଏଟର୍‌ ଖବରକୁ ସମ୍ପୂର୍ଣ୍ଣ କପୋଳକଳ୍ପିତ ଓ ମିଥ୍ୟା ବୋଲି କହିଲା ଗୃହ ବ୍ୟାପାର ମନ୍ତ୍ରାଳୟ

188 Views

ନୂଆଦିଲ୍ଲୀ  : ଧାରା ୩୭୦ ଉଚ୍ଛେଦ ଯୋଗୁଁ କଶ୍ମୀରରେ ପ୍ରତିବାଦ ହୋଇଛି ବୋଲି ରଏଟର୍‌ ପରିବେଶଣ କରିଥିବା ସମ୍ବାଦକୁ ଶନିବାର ଦିନ ଗୃହ ବ୍ୟାପାର ମନ୍ତ୍ରାଳୟ ଅସ୍ୱୀକାର କରିଛି। ଏକ ବିବୃତିରେ ଗୃହ ବ୍ୟାପାର ମନ୍ତ୍ରାଳୟର ଜଣେ ମୁଖପାତ୍ର କହିଛନ୍ତି ଯେ ଶ୍ରୀନଗରେ ୧୦ ହଜାର ଲୋକ ପ୍ରତିବାଦରେ ଅଂଶଗ୍ରହଣ କରିଥିବା ଖବର ଠିକ୍‌ ନୁହେଁ।

ମୁଖପାତ୍ର କହିଛନ୍ତି: ଶ୍ରୀନଗରେ ୧୦ ହଜାର ଲୋକ ପ୍ରତିବାଦରେ ସମ୍ପୃକ୍ତ ଥିବା ଖବର ଗଣମାଧ୍ୟମରେ ପ୍ରକାଶ ପାଇଛି। ଏହା ସମ୍ପୂର୍ଣ୍ଣ କପୋଳକଳ୍ପିତ ଏବଂ ମିଥ୍ୟା। ଶ୍ରୀନଗର/ବାରମୂଳାରେ କାଁ ଭାଁ ପ୍ରତିବାଦ ହୋଇଛି ଏବଂ କୌଣସିଥିରେ ୨୦ରୁ ଊର୍ଦ୍ଧ୍ୱ ଲୋକ ସାମିଲ ହୋଇ ନାହାନ୍ତି।ପୂର୍ବରୁ ରଏଟର୍‌ ଖବର କରିଥିଲା ଯେ ଶୁକ୍ରବାର ଦିନ ଶ୍ରୀନଗରରେ ଅନ୍ୟୂନ ୧୦ ହଜାର ଲୋକ ପ୍ରତିବାଦ କରିଛନ୍ତି। ଏ ତଥ୍ୟ ଜଣେ ପୁଲିସ ଏବଂ ଦୁଇଜଣ ପ୍ରତ୍ୟକ୍ଷଦର୍ଶୀ ଦେଇଥିଲେ ବୋଲି ରଏଟର୍‌ ଉଲ୍ଲେଖ କରିଛି। ଶ୍ରୀନଗରର ସୌରା ଅଞ୍ଚଳରେ ବହୁସଂଖ୍ୟକ ଲୋକ ଜମା ହୋଇଥିଲେ ବୋଲି ସେ ପୁଲିସ ଇନ୍‌ସ୍‌ପେକ୍ଟର୍‌ କୁଆଡ଼େ ରଏଟର୍‌କୁ କହିଥିଲେ।

By amfnews

Related Post