Sun. May 17th, 2026

କଶ୍ମୀରର ସୋପିଆନ୍‌ରୁ ଅପହୃତ ୩ ପୁଲିସଙ୍କୁ ହତ୍ୟା କଲେ ଆତଙ୍କବାଦୀ

246 Views

ଶ୍ରୀନଗର : ଶୁକ୍ରବାର ପ୍ରତ୍ୟୁଷରେ ଜମ୍ମୁ ଓ କଶ୍ମୀରର ଶୋପିଆନ୍‌ ଜିଲ୍ଲାରୁ ଅପହୃତ ତିନିଜଣ ପୁଲିସଙ୍କୁ ଆତଙ୍କବାଦୀମାନେ ହତ୍ୟା କରିଛନ୍ତି।
ଦକ୍ଷିଣ କଶ୍ମୀରରୁ ସେମାନଙ୍କ ଶବ ଉଦ୍ଧାର କରାଯାଇଛି।

ଅନ୍ୟ ଜଣେ ପୁଲିସବାଲାଙ୍କ ପତ୍ତା ମିଳିନାହିଁ।

ବିଭାଗୀୟ ସୂତ୍ରରୁ ପ୍ରକାଶ ଯେ ସୋପିଆନ୍‌ ଅନ୍ତର୍ଗତ କାପ୍ରିନ୍‌ ଗାଁ’ରେ ଜବଦସ୍ତି ଘର ଭିତରେ ପଶି ଚାରିଜଣଙ୍କୁ ପୁଲିସବାଲାଙ୍କୁ ଅପହରଣ କରି ନେଇଥିଲେ।

ଅପହରଣକାରୀମାନେ ହିଜ୍‌ବୁଲ୍‌ ମୁଜାହିଦୀନ୍‌ର ସଦସ୍ୟ ବୋଲି ଅନୁମାନ କରାଯାଉଛି। ଏସ୍‌ପିଓମାନେ ଚାକିରିରୁ ଇସ୍ତଫା ଦିଅନ୍ତୁ ବୋଲି ପୂର୍ବରୁ ସଂଗଠନ ତରଫରୁ ଏକ ଅଡିଓ ଧମକ ପଠାଯାଇଥିଲା।

ଅପହୃତ ପୁଲିସବାଲାମାନେ ହେଲେ ଫିର୍‌ଦୌସ୍‌ ଅହମଦ୍‌ କୁଚେ, କୁଳଦୀପ ସିଂହ, ନିସାର ଅହମଦ ଧୋବି ଏବଂ ଫୟାଜ୍‌ ଅହମଦ ଭଟ। ଜଣେ ବରିଷ୍ଠ ପୁଲିସ ଅଧିକାରୀ ସେମାନଙ୍କର ପରିଚୟ ଦେଇଛନ୍ତି।

ନିରୁଦ୍ଦିଷ୍ଟ ପୁଲିସବାଲାଙ୍କର ପତ୍ତା ଲଗାଇବାକୁ ତଲାସ ଅଭିଯାନ ଆରମ୍ଭ କରିଥିଲା।

ଗତ ରାତିରେ ମଧ୍ୟ ନିରାପତ୍ତା ବଳଙ୍କ ସହ ଗୁଳି ବିନିମୟ ଯୋଗୁଁ ଉତ୍ତର କଶ୍ମୀର ଅନ୍ତର୍ଗତ ବନ୍ଦିପୋରା ଜିଲ୍ଲାରେ ଦୁଇଜଣ ଆତଙ୍କବାଦୀ ନିହତ ହୋଇଛନ୍ତି।

ରାଷ୍ଟ୍ରୀୟ ରାଇଫଲ୍‌ସ୍‌, ରାଜ୍ୟ ପୁଲିସର ସ୍ପେସାଲ୍‌ ଅପରେସନ୍‌ ଗ୍ରୁପ୍‌ ଏବଂ ସେଣ୍ଟ୍ରାଲ୍‌ ରିଜର୍ଭ ପୁଲିସ ଫୋର୍ସର କର୍ଡନ୍‌ କରି ବନ୍ଦିପୋରାର ସୁମଲାର୍‌ ଗାଁ’ରେ ତଲାସ ଅଭିଯାନ ଆରମ୍ଭ କରିଛନ୍ତି। ସେଠାରେ ଆତଙ୍କବାଦୀମାନେ ଆତ୍ମଗୋପନ କରିଥିବା କଥା ଗୁଇନ୍ଦା ସୂତ୍ରରୁ ଜଣାପଡ଼ିଛି।

By amfnews

Related Post