Thu. Jun 11th, 2026

କଶ୍ମୀର କଥା ଉଠାଇ ସାର୍କ ବୈଠକରେ ଏସ୍‌ ଜୟଶଙ୍କରଙ୍କ ପ୍ରାରମ୍ଭିକ ବିବୃତିକୁ ବର୍ଜନ କଲେ ପାକିସ୍ତାନ ମନ୍ତ୍ରୀ ଶାହା ମହମୁଦ କୁରେଶି

220 Views

ନ୍ୟୁୟର୍କ  : ଗୁରୁବାର ଦିନ ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଶାହା ମହମୁଦ କୁରେଶି ସାର୍କର ଅନୌପଚାରିକ ବୈଠକରେ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‌ ଜୟଶଙ୍କରଙ୍କ ପ୍ରାରମ୍ଭିକ ବିବୃତିକୁ ବର୍ଜନ କରିଛନ୍ତି। ସେ କହିଲେ କି, କଶ୍ମୀରରେ କଟକଣା ଉଠାଯାଇ ସ୍ୱେଚ୍ଛାଚାରର ଅବସାନ ନ ହେବାଯାଏଁ ସେ ଭାରତ ସହ ଆଲୋଚନା କରିବେ ନାହିଁ।

ସେମାନେ କଶ୍ମୀରୀବାସୀଙ୍କର ମାନବିକ ଅଧିକାର ସୁରକ୍ଷା କରିବା ଉଚିତ। ମାନବିକ ଅଧିକାର ସୁରକ୍ଷିତ ଏବଂ ଉଲ୍ଲଂଘନ କରାଯାଇ ନାହିଁ ବୋଲି ସେମାନେ ନିଶ୍ଚିତ ହେବା କଥା ବୋଲି ସେ କହିଛନ୍ତି।

ଭାରତୀୟ ସରକାରୀ ଅଧିକାରୀମାନଙ୍କ କହିବା ଅନୁସାରେ, ଜୟଶଙ୍କର ପ୍ରାରମ୍ଭିକ ବିବୃତି ଦେଇ ଯିବାର ମୁହୂର୍ତ୍ତକ ପରେ, ଅପେକ୍ଷା କରିଥିବା ଗଣମାଧ୍ୟମ ପ୍ରତିନିଧିମାନଙ୍କର ପ୍ରଶ୍ନର ଉତ୍ତର ନ ଦେଇ କୁରେଶି ପୁଣି ଦେଖାଦେଲେ। ପାକିସ୍ତାନର ବୈଦେଶିକ ମନ୍ତ୍ରୀ ସାର୍କ ବୈଠକରେ ବାଧା ସୃଷ୍ଟି କରିବା କଥା ସମସ୍ତଙ୍କୁ ଜଣା। ୨୦୧୮ରେ ସେ ଭାତର ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜଙ୍କ ଭାଷଣକୁ ବର୍ଜନ କରି ବାହାରି ଆସିଥିଲେ।

By amfnews

Related Post