Wed. Sep 9th, 2026

କଲୋନୀରେ ବୁଲୁଛି କଲରାପତରିଆ ବାଘ

198 Views

ଟିଟିଲାଗଡ଼ :  ବଲାଙ୍ଗିର ଜିଲ୍ଲା ବଡ଼ମାଲ ଗୋଳାବାରୁଦ କାରଖାନା ଅଞ୍ଚଳରେ ବାଘ ଆତଙ୍କ ଦେଖାଦେଇଛି। ଗତ କିଛି ଦିନ ହେଲା ଗୋଳାବାରୁଦ କାରଖାନା କର୍ମଚାରୀମାନେ ବସବାସ କରୁଥିବା କଲୋନୀରେ କଲରାପତରିଆ ବାଘ ବୁଲୁଥିବା ସ୍ଥାନୀୟ ଲୋକେ ଦେଖିଥିଲେ। ସେହିପରି ଗତକାଲି ସନ୍ଧ୍ୟାରେ ମଧ୍ୟ ଗୋଳାବାରୁଦ କାରଖାନା କଲୋନୀ ଅଞ୍ଚଳର ଟାଇପ ଫେଜ୍ ୨୪ ନିକଟରେ ଏକ କଲରାପତରିଆ ବାଘ ବୁଲୁଥିବା ଲୋକେ ଦେଖିବାକୁ ପାଇଥିଲେ। କ୍ୟାମେରାରେ ମଧ୍ୟ ବାଘ ବୁଲୁଥିବା ଦୃଶ୍ୟ କଏଦ ହୋଇଛି। ଏହି ଘଟଣା ପ୍ରଘଟ ହେବା ପରେ ଅଞ୍ଚଳବାସୀ ଆହୁରି ଭୟଭୀତ ହୋଇପଡ଼ିଛନ୍ତି। ତେବେ ଏସଂପର୍କରେ ରେଞ୍ଜର୍ କିଛି ଜାଣି ନଥିବା କହିଛନ୍ତି।

By amfnews

Related Post