Sat. Oct 17th, 2026

କର୍ଣ୍ଣାଟକାରେ ଲାଗୁ ହେବନାହିଁ ଏନ୍‌ଆରସି

225 Views

ବେଙ୍ଗାଲୁରୁ  : ଆସାମ ଭଳି କର୍ଣ୍ଣାଟକାରେ ଏନ୍‌ଆରସି ଲାଗୁ କରିବା ପାଇଁ କ୍ଷମତାସୀନ ବିଜେପି ଯେଉଁ ଉଦ୍ୟମ କରୁଥିଲା, ସେଥିରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ଖୋଦ୍‌ ମୁଖ୍ୟମନ୍ତ୍ରୀ ବିଏସ୍‌ ୟେଦ୍ୟୁରପ୍ପା ରାଜ୍ୟରେ ଏନ୍‌ଆରସି ଲାଗୁ ନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ତେବେ କର୍ଣ୍ଣାଟକାରେ ରହୁଥିବା ବେଆଇନ୍‌ ଶରଣାର୍ଥୀଙ୍କ ତଥ୍ୟ ସଂଗ୍ରହ ପାଇଁ ଏକ ଅଭିଯାନ ଆରମ୍ଭ କରିବାକୁ ସରକାର ଯୋଜନା ପ୍ରସ୍ତୁତ କରିଛନ୍ତି।

ବିନା ଦସ୍ତାବିଜ୍‌ରେ କର୍ଣ୍ଣାଟକାରେ ରହୁଥିବା ଶରଣାର୍ଥୀ ଓ ବିଦେଶ ନାଗରିକଙ୍କ ଏକ ତାଲିକା ପ୍ରସ୍ତୁତ ହେବ। ସେହିପରି ଭିସା ଦ୍ୱାରା ଏଠାରେ ରହୁଥିବା ଲୋକଙ୍କର ସ୍ୱତନ୍ତ୍ର ଭାବେ ଅନ୍ୟ ଏକ ତାଲିକା ପ୍ରସ୍ତୁତ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଏମାନଙ୍କ ତାଲିକା ବାହାରିବା ପରେ ସରକାର ପରବର୍ତ୍ତୀ ପଦକ୍ଷେପ କ’ଣ ନେବେ, ସେ ବିଷୟରେ ଏଯାଏ ଜଣାପଡ଼ିନାହିଁ।

By amfnews

Related Post