Fri. Apr 24th, 2026

କର୍ଣ୍ଣାଟକ କଂଗ୍ରେସ ନେତା ଏବଂ ଅନ୍ୟମାନଙ୍କ ଘରେ ଆୟକର ଚଢ଼ାଉ ବେଳେ ମିଳିଲା ନଗଦ ୫ କୋଟି ଟଙ୍କା

236 Views

ବେଙ୍ଗାଲୁରୁ  : କର୍ଣ୍ଣାଟକର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଜି ପରମେଶ୍ୱର ଏବଂ ଅନ୍ୟମାନଙ୍କ ବିରୋଧରେ ହୋଇଥିବା ଆୟକର ଚଢ଼ାଉ ବେଳେ ନଗଦ ୫ କୋଟି ଟଙ୍କା ଜବତ କରାଯାଇଥିବା କଥା ଶୁକ୍ରବାର ଦିନ ସରକାରୀ କର୍ମଚାରୀମାନେ କହିଛନ୍ତି।

ଗୁରୁବାର ସକାଳେ ଆରମ୍ଭ ହୋଇଥିବା ଚଢ଼ାଇ ପ୍ରାୟ ୨୫ ସ୍ଥାନରେ ଚାଲିଥିବା କଥା ଆୟକର ବିଭାଗ କର୍ମଚାରୀମାନେ କହିଛନ୍ତି। ବିଭିନ୍ନ ସ୍ଥାନରୁ ପ୍ରାୟ ୫ କୋଟି ନଗଦ ଟଙ୍କା ଜବତ ହୋଇସାରିଥିବା କଥା ସେମାନେ ଗଣମାଧ୍ୟମକୁ କହିଛନ୍ତି।

ଏହି ଚଢ଼ାଉରେ ୩୦୦ରୁ ଅଧିକ ଆୟକର ଗୁଇନ୍ଦା ସାମିଲ ହୋଇଛନ୍ତି। ଚଢ଼ାଉ କରାଯାଉଥିବା ସ୍ଥାନଗୁଡ଼ିକରେ ଦୁଇ ଜଣ ପ୍ରମୁଖ କଂଗ୍ରେସ ନେତାଙ୍କ ସମ୍ପୃକ୍ତି ରହିଛି। ସେମାନେ ହେଉଛନ୍ତି କର୍ଣ୍ଣାଟକର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଏବଂ ପୂର୍ବତନ ସାଂସଦ ଆର୍‌ ଏଲ୍‌ ଜାଲପ୍ପାଙ୍କ ପୁଅ ଜେ ରାଜେନ୍ଦ୍ର।

ଏନ୍‌ଇଇଟି ପରୀକ୍ଷା ସହ ସମ୍ପୃକ୍ତ ବହୁ କୋଟିର ଟିକସ ଅର୍ଥ ଫାଙ୍କି ସହ ଏହି ଚଢ଼ାଉର ସଂଯୋଗ ରହିଛି ବୋଲି ସରକାରୀ ଅଧିକାରୀମାନେ କହିଛନ୍ତି।

ଅଫିସ୍‌ରେ ଚଢ଼ାଉ କରିବା ଛଡ଼ା, ପରମେଶ୍ୱରଙ୍କର ବାସଭବନ ଓ ପ୍ରତିଷ୍ଠାନଗୁଡ଼ିକ ଉପରେ ଚଢ଼ାଉ କରାଯାଉଛି। ତାଙ୍କ ଭାଇ ଜି ଶିବପ୍ରସାଦ ଏବଂ ବ୍ୟକ୍ତିଗତ ସହଯୋଗୀ ରମେଶଙ୍କ ଘରେ ମଧ୍ୟ ଚଢ଼ାଉ ଚାଲିଛି ବୋଲି ଆୟକର ବିଭାଗ କହିଛି।

By amfnews

Related Post