Tue. Oct 6th, 2026

କରୋନାରେ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବାଜିରାଓ ପାଟିଲ ନୀଲାଙ୍ଗେକରଙ୍କ ପରଲୋକ

397 Views

ମହାରାଷ୍ଟ୍ର, ଅଗଷ୍ଟ ୦୫ : ପୁଣେରେ କଂଗ୍ରେସର ବରିଷ୍ଠ ନେତା ତଥା ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବାଜିରାଓ ପାଟିଲ ନୀଲାଙ୍ଗେକରଙ୍କ ଦେହାନ୍ତ ହୋଇଛି। 88 ବର୍ଷୀୟ ଶିବାଜିରାଓ କରୋନା ଜୀବାଣୁ ଦ୍ୱାରା ସଂକ୍ରମିତ ହୋଇଥିଲେ । ଗତ ମାସରେ ସେ ସଂକ୍ରମିତ ହୋଇଥିବା ଜଣାପଡିଥିଲା, ପରେ ତାଙ୍କୁ ପୁଣେର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଶିବାଜୀ ପାଟିଲ ନୀଲାଙ୍ଗେକର 1985 ରୁ 1986 ମସିହା ପର୍ଯ୍ୟନ୍ତ କିଛି ସମୟ ପାଇଁ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଥିଲେ । ସେ ଲାଟୁର ଜଣେ ବଡ ତଥା ପ୍ରଭାବୀଶାଳି ନେତା ଭାବରେ ଜଣାଶୁଣା ଥିଲେ |

ସୂଚନାଯୋଗ୍ୟ ଯେ, କରୋନା ଦ୍ୱାରା ଭାରତର ସବୁଠାରୁ ଅଧିକ ପ୍ରଭାବିତ ରାଜ୍ୟ ହେଉଛି ମହାରାଷ୍ଟ୍ର | ମଙ୍ଗଳବାର ଦିନ ମହାରାଷ୍ଟ୍ରରେ କୋଭିଡ -19 ର 7,760 ଟି ନୂଆ ମାମଲା ଚିହ୍ନଟ ହୋଇଥିବା ବେଳେ ରାଜ୍ୟରେ ସଂକ୍ରମିତ ଲୋକଙ୍କ ସଂଖ୍ୟା 4,57,956 କୁ ବୃଦ୍ଧି ପାଇଛି। ସଂକ୍ରମଣ ହେତୁ ଗତ 24 ଘଣ୍ଟା ମଧ୍ୟରେ 300 ରୋଗୀଙ୍କ ମୃତ୍ୟୁ ସହିତ ମୃତ୍ୟୁ ସଂଖ୍ୟା 16,142 କୁ ବୃଦ୍ଧି ପାଇଛି ।

By amfnews

Related Post