Fri. Aug 14th, 2026

କରୋନା ଲଢ଼େଇ ପାଇଁ ମୋଦିଙ୍କ ମା’ ଦେଲେ ୨୫ ହଜାର ଟଙ୍କା

292 Views

ନୂଆଦିଲ୍ଲୀ  :  ମହାମାରୀ କରୋନା ଭାଇରସର ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଠନ କରିଥିବା ପ୍ରଧାନମନ୍ତ୍ରୀ କେୟାର୍ସ ଫଣ୍ଡଙ୍କୁ ତାଙ୍କ ମା’ ହୀରାବେନ ୨୫ ହଜାର ଟଙ୍କା ଦାନ କରିଛନ୍ତି। ୯୮ ବର୍ଷୀୟ ହୀରାବେନ ଗାନ୍ଧିନଗରର ରାଇସିନ ଗାଁରେ ତାଙ୍କ ସାନ ପୁଅ ପଙ୍କଜ ମୋଦିଙ୍କ ସହ ରହୁଛନ୍ତି।

ଦେଶରେ କରୋନା ଯୋଗୁ ଜଟିଳ ପରିସ୍ଥିତି ସୃଷ୍ଟି ହୋଇଥିବାରୁ ହୀରାବେନ ସହାୟତାର ହାତ ବଢ଼ାଇଛନ୍ତି। ଏହାପୂର୍ବରୁ ମୋଦି ଦେଶରେ ଜାରି କରିଥିବା ଜନତା କର୍ଫ୍ୟୁକୁ ମଧ୍ୟ ହୀରାବେନ ସମର୍ଥନ କରିଥିଲେ। ଏଥିପାଇଁ ସେ ସନ୍ଧ୍ୟା ୫ଟାରେ ପ୍ଲେଟ ବାଢ଼େଇ କରୋନାର ମୁକାବିଲା କରୁଥିବା ଲୋକଙ୍କୁ ସାଧୁବାଦ ଜଣାଇଥିଲେ। ୨୦୧୬ରେ ଦେଶରେ ବିମୁଦ୍ରାକରଣ ହୋଇଥିଲା। ଏହି ସମୟରେ ଟଙ୍କା ପାଇଁ ହୀରାବେନ ସମସ୍ତଙ୍କ ଭଳି ଲମ୍ବା ଧାଡ଼ିରେ ଛିଡ଼ା ହୋଇଥିଲେ।

By amfnews

Related Post