Fri. Apr 24th, 2026

କରୋନା ମୁକାବିଲା ପାଇଁ ନିଜର ୩ମାସର ଦରମା ଦାନ କଲେ ନବୀନ

572 Views

ଭୁବନେଶ୍ୱର : ସମଗ୍ର ବିଶ୍ୱରେ ବ୍ୟାପିଥିବା ମହାମାରୀ ‘କରୋନା’ର ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ୩ମାସର ଦରମାକୁ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ ଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି।
ଆଜି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ସୂଚନା ଅନୁସାରେ, ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ, ଅସାଧାରଣ ପରିସ୍ଥିତିରେ ଅସାଧାରଣ ପ୍ରତିକ୍ରିୟା ଜରୁୂରୀ। କୋଭିଡ୍ -୧୯ ସମଗ୍ର ବିଶ୍ୱ ପାଇଁ ଏକ ବିରାଟ ଚ୍ୟାଲେଞ୍ଜ। ମାନବିକତା ଗତିବିଧି ପାଇଁ ଏଥିନିମନ୍ତେ ପର୍ଯ୍ୟାପ୍ତ ପରିମାଣର ପାଣ୍ଠିର ଆବଶ୍ୟକତା ରହିଛି।

ତେଣୁ ଏହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ନିଜର ୩ମାସର ଦରମା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ପ୍ରଦାନ କରିଛନ୍ତି। ଆଉ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରେ ସ୍ୱତନ୍ତ୍ର ଭାବେ ‘କୋଭିଡ-୧୯ ଫଣ୍ଡ ’ଆକାରରେ ଏହା ଉଲ୍ଲେଖ ରହିବ । ପ୍ରଭାବିତ ଲୋକମାନଙ୍କୁ ମାନବିକତା ଦୃଷ୍ଟିରୁ ସହଯୋଗ ନିମନ୍ତେ ସମସ୍ତେ ‘କୋଭିଡ-୧୯ ଫଣ୍ଡ’କୁ ସହୃଦୟତାର ସହ ଦାନ କରିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଅନୁରୋଧ କରିଛନ୍ତି।

By amfnews

Related Post