Wed. Jul 1st, 2026

କରୋନା : ମହାରାଷ୍ଟ୍ରରେ ଗୋଟିଏ ଦିନରେ ୫୫୨ ପଜିଟିଭ ଚିହ୍ନଟ

403 Views

ମୁମ୍ବାଇ: ମହାମାରୀ କରୋନା ଭାଇରସ ବିରୋଧରେ ସାରା ଦେଶ ଲଢ଼େଇ କରୁଛନ୍ତି। କିନ୍ତୁ ଏହି ଭାଇରସ ଦ୍ୱାରା ମହାରାଷ୍ଟ୍ର ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି। ଲକଡାଉନ ଓ ଏକାଧିକ କଠୋର କଟକଣା ସତ୍ତ୍ୱେ ମହାରାଷ୍ଟ୍ରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି।

ସ୍ଥିତି ଏପରି ହୋଇଛି ଯେ ଗୋଟିଏ ଦିନରେ ମହାରାଷ୍ଟ୍ରରେ ୫୫୨ଟି ପଜିଟିଭ  ଚିହ୍ନଟ ହୋଇଛନ୍ତି। ଆଜି ଯାଏ କେବେ ହେଲେ ମହାରାଷ୍ଟ୍ରରରେ କିମ୍ବା ଦେଶର କୌଣସି ରାଜ୍ୟରେ ଗୋଟିଏ ଦିନରେ ଏତେ ସଂଖ୍ୟକ କରୋନା ପଜିଟିଭ ଚିହ୍ନଟ ହୋଇ ନଥିଲେ।

ସେହିପରି ଗତ ୨୪ ଘଣ୍ଟାରେ କରୋନା ରାଜ୍ୟରେ ୧୨ ଜଣଙ୍କ ମୁଣ୍ଡ ନେଇଛି। ଏହାକୁ ମିଶାଇ ମହାରାଷ୍ଟ୍ରରରେ ଏଯାଏ ୨୨୩ ଜଣ କରୋନା ଯୋଗୁ ପ୍ରାଣ ହରାଇଛନ୍ତି। ଏଠାରେ ଦେଶର ସର୍ବାଧିକ ଆକ୍ରାନ୍ତ ଓ ମୃତକ ରହିଛନ୍ତି।

ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇ କରୋନା ସଂକ୍ରମଣର ସବୁଠାରୁ ବଡ଼ ହଟସ୍ପଟରେ ପରିଣତ ହୋଇଛି। ରାଜ୍ୟରେ ଚିହ୍ନଟ ହୋଇଥିବା ପ୍ରାୟ ୪୨ଶହ ରୋଗୀଙ୍କ ମଧ୍ୟରୁ ମୁମ୍ବାଇରେ ୨୭୨୪ ଜଣ ରହିଛନ୍ତି। ସେହିପରି ମୁମ୍ବାଇରେ ୧୩୨ ଜଣଙ୍କ ମୁଣ୍ଡ ନେଇଛି କରୋନା।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ୫୦୭ ଜଣ ଲୋକ କରୋନା ଯୁଦ୍ଧରେ ଜିତି ଘରକୁ ଫେରିଛନ୍ତି। ରାଜ୍ୟରେ ଟେଷ୍ଟିଂ କ୍ଷମତାକୁ ବୃଦ୍ଧି କରାଯିବାରୁ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି।

By amfnews

Related Post