Wed. Jul 15th, 2026

କରୋନା ଦୁଃଖ ମୃତଦେହକୁ କାନ୍ଧ ଦେଲେନି ସମ୍ପର୍କୀୟ, ବିଡିଓ ଓ ପ୍ରଶାସନିକ ଅଧିକାରୀ କଲେ ଦାହ

399 Views

ଅନୁଗୁଳ, ମେ ୦୯ : ଅନୁଗୁଳ ଜିଲ୍ଲାର ଛେଣ୍ଡିପଦା ବ୍ଲକ ଅନ୍ତର୍ଗତ ଏକ ଗ୍ରାମରେ ଜଣେ ବୃଦ୍ଧଙ୍କ ମୃତଦେହକୁ କାନ୍ଧ ଦେବାକୁ ଗ୍ରାମବାସୀ ନଆସିବାରୁ ବ୍ଲକ ଉନ୍ନୟନ ଅଧିକାରୀ (ବିଡିଓ) ସଞ୍ଜୟ କୁମାର ଆଚାର୍ଯ୍ୟ ଓ ପ୍ରଶାସନିକ ଅଧିକାରୀମାନେ ଦାହ କରାଇଛନ୍ତି ।

ଛେଣ୍ଡିପଡା ବ୍ଲକ ଅନ୍ତର୍ଗତ ଗୁହିରାପାଶି ଗାଁର ୬୮ ବର୍ଷ ବୟସ୍କା ଗୋବିନ୍ଦ ମାଝି ଗତ ପାଞ୍ଚ ଦିନରୁ ଜ୍ୱରରେ ପୀଡିତ ଥିଲେ। ଗତକାଲି ସନ୍ଧ୍ୟା ୭ଟାରେ ତାଙ୍କର ମୃତ୍ୟୁ ହୋଇଥିଲା।

ମୃତକଙ୍କ ପୁଅ ମୁନା ମାଝୀ ତାଙ୍କ ପିତାଙ୍କ ମୃତଦେହକୁ ଶବଦାହ ସ୍ଥାନକୁ ନେବା ପାଇଁ ଗ୍ରାମବାସୀଙ୍କ ସାହାଯ୍ୟ ଲୋଡିଥିଲେ। ସେମାନେ ଅନ୍ତିମ ସଂସ୍କାରରେ ଅଂଶଗ୍ରହଣ କରିବାକୁ ମନା କରିଦେଇଥିଲେ। କରୋନାରେ ମୃତ୍ୟୁ ଘଟିଥିବା ସନ୍ଦେହ କରି ଗାଁ ମୃତଦେହକୁ କାନ୍ଧ ଦେବାକୁ ମନା କରିଦେଇଥିଲା।

ଏହା ପରେ ବୃଦ୍ଧଙ୍କ ମୃତଦେହକୁ ଦାହ ପାଇଁ ଏକାକୀ ପୁଅ ନେଇନପାରିବାରୁ ତାଙ୍କ ଘରେ ଦୀର୍ଘ ସମୟ ପଡିରହିଲା । ଏହି ବିଷୟରେ ସୂଚନା ପାଇବା ପରେ ଛେଣ୍ଡିପଦା ବିଡିଓ ସ୍ଥାନୀୟ ସରପଞ୍ଚ ନାରାୟଣ ବେହେରା ଏବଂ ପଞ୍ଚାୟତର କାର‌୍ୟ୍ୟନିର୍ବାହୀ ଅଧିକାରୀ ଅଭୟ କୁମାର ପ୍ରଧାନ ଆଜି ସକାଳେ ବୃଦ୍ଧଙ୍କ ମୃତ୍ୟୁର ପ୍ରାୟ ୧୬ ଘଣ୍ଟା ପରେ ମୃତକଙ୍କ ଘରେ ପହଞ୍ଚିଥିଲେ।

ପିପିଇ କିଟ୍ ପିନ୍ଧି ବିଡିଏ, ଅନ୍ୟ ଅଧିକାରୀ ତଥା ମୃତକଙ୍କ ପୁଅ ବୃଦ୍ଧଙ୍କ ମୃତଦେହକୁ ନିକଟସ୍ଥ ଶବଦାହରେ କରିଥିଲେ।

By amfnews

Related Post