Tue. Jul 28th, 2026

କରୋନା ଡର; କିଣାକିଣି କରିବାକୁ ବଜାରରେ ଭିଡ଼

366 Views

ଭୁବନେଶ୍ୱର : କରୋନାର ମୁକାବିଲା ନିମନ୍ତେ ରାଜ୍ୟ ସରକାର ଠୋସ୍‌ ପଦକ୍ଷେପ ଗ୍ରହଣ କରୁଥିବା ସତ୍ତ୍ୱେ ଲୋକଙ୍କ ମନରୁ ଡର ଯାଉନି। ଆଗକୁ ସ୍ଥିତି ଖରାପ ହେବା ଆଶଙ୍କାରେ ଅତ୍ୟାବଶ୍ୟକ ସାମଗ୍ରୀ ମହଜୁଦ ରଖିବାକୁ ଦୋକାନରେ ଗହଳି ଦେଖିବାକୁ ମିଳୁଛି। ବଜାରରେ ସମସ୍ତ ଅତ୍ୟାବଶ୍ୟକ ସାମଗ୍ରୀ ମହଜୁଦ ରଖିବା ସହ ଏହାର କଳାବଜାରୀ ରୋକିବାକୁ ସରକାର କଡ଼ା ପଦକ୍ଷେପ ନେଉଥିବା ସତ୍ତ୍ୱେ ଲୋକଙ୍କ ମନ ବୁଝୁନି।

ଗତ ରାତିରେ ରାଜଧାନୀର କିଛି ଅଞ୍ଚଳରେ ଲୋକେ ପରିବା, ଗ୍ରୋସରୀ ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ କିଣିବାକୁ ଦୋକାନରେ  ଭିଡ଼ ଜମାଇଥିବା ଦେଖିବାକୁ ମିଳିଥିଲା। ଦୋକାନରେ ଅଯଥା ଗହଳି ସୃଷ୍ଟି ନ କରିବା ସହ ଦୋକାନୀ ଓ ଗ୍ରାହକଙ୍କ ମଧ୍ୟରେ ନିର୍ଦ୍ଦିଷ୍ଟ ଦୂରତା ବଜାୟ ରଖିବାକୁ ସରକାରଙ୍କ ନିର୍ଦ୍ଦେଶନାମା ସତ୍ତ୍ୱେ ଲୋକଙ୍କ ଅଯଥା ଭିଡ଼ ଦେଖିବାକୁ ମିଳୁଛି।

କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ସମସ୍ତ ପ୍ରକାର ପଦକ୍ଷେପ ନେଇଥିବା ଏବଂ ଆଦୌ ଭୟଭୀତ ଓ ଆତଙ୍କିତ ନହେବାକୁ ପରାମର୍ଶ ଦେଇଛନ୍ତି। ବଜାର ପୂର୍ବପରି ଖୋଲା ରହିବ ଓ ଅତ୍ୟାବଶ୍ୟକ ସାମଗ୍ରୀ ମଧ୍ୟ ନିର୍ଦ୍ଧାରିତ ଦରରେ ଉପଲବ୍ଧ ହେବା ବୋଲି ସରକାର ପୂର୍ବରୁ ଘୋଷଣା କରି ସାରିଛନ୍ତି। ଏହା ସତ୍ତ୍ୱେ କିଛି ଗ୍ରାହକ ଆଗୁଆ ସାମଗ୍ରୀ ମହଜୁଦ ରଖିବାକୁ ଆବଶ୍ୟକତାଠାରୁ ଅଧିକ ଜିନିଷ କିଣୁଥିବା ସ୍ୱୀକାର କରିଛନ୍ତି।

By amfnews

Related Post