Wed. Jul 22nd, 2026

କରୋନା ଆକ୍ରାନ୍ତରେ ବଲିଉଡର ଆଉ ଜଣେ ସେଲିବ୍ରିଟି

254 Views

ମୁମ୍ବାଇ: ଲୋକପ୍ରିୟ ଗାୟିକା କନିକା କପୁର କରୋନାରେ ଆକ୍ରାନ୍ତ ହୋଇ ସୁସ୍ଥ ହେବା ପରେ ବଲିଉଡର ଆଉ ଜଣେ ମହିଳା ସେଲିବ୍ରିଟି କରୋନାରେ ଆକ୍ରାନ୍ତ ବୋଲି ଜଣାଯାଇଛି। ସେ ବି ଗାୟିକା କନିକା କପୁରଙ୍କ ସାଙ୍ଗ ବୋଲି ଜଣାଯାଇଛି। ଏହି ମହିଳାଜଣକ ହେଲେ ‘ଚେନ୍ନାଇ ଏକ୍ସପ୍ରେସ’, ‘ଦିଲୱାଲେ’, ‘ହାପି ନ୍ୟୁ ଇୟର୍’ ଏବଂ ‘ରା ଓ୍ବାନ୍’ ଭଳି ପିଲ୍ମର ନିର୍ମାତା କରିମ ମୋରାନିଙ୍କ ଝିଅ ଶାଜା ମୋରାନି ।

ସେ କରୋନାଭାଇରସ ରୋଗ ପାଇଁ ପରୀକ୍ଷା କରିଥିଲେ। ଶାଜାଙ୍କର ରିପୋର୍ଟ ପଜିଟିଭ୍ ଆସିବା ପରେ ସେ ବର୍ତ୍ତମାନ ମୁମ୍ବାଇର ଏକ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ଏବଂ ତାଙ୍କ ପରିବାରର ଅନ୍ୟ ସଦସ୍ୟମାନେ ବର୍ତ୍ତମାନ ସଙ୍ଗରୋଧରେ ଅଛନ୍ତି। ସେମାନଙ୍କର ବି ଖୁବ୍ ଶୀଘ୍ର କରୋନାଭାଇରସ୍ ପାଇଁ ପରୀକ୍ଷା କରାଯିବ।

ଏହାକୁ ନେଇ ଶାହରୁଖ ଖାନଙ୍କ ଘନିଷ୍ଠ ବନ୍ଧୁ କରିମ ମୋରାନି ଏକ ନ୍ୟୁଜ ପୋର୍ଟାଲକୁ କହିଛନ୍ତି ଯେ ଏହା ସତ, କିନ୍ତୁ ଶାଜାଙ୍କର କୌଣସି ଲକ୍ଷଣ ନାହିଁ। ଏଥିସହ ସେ କହିଛନ୍ତି ଯେ ବର୍ତ୍ତମାନ ତାଙ୍କୁ ମୁମ୍ବାଇର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ସୂଚନାଯୋଗ୍ୟ, ଶାଜା ‘ଅଲଓ୍ବେଜ୍ କଭି କଭି’ ଏବଂ ‘ହାପି ନ୍ୟୁ ଇୟର୍’ ଭଳି ଚଳଚ୍ଚିତ୍ରରେ ସହକାରୀ ନିର୍ଦେଶକ ଭାବରେ କାର୍ଯ୍ୟ କରିଛନ୍ତି।

By amfnews

Related Post