Fri. Apr 24th, 2026

କରୋନାଭାଇରସ୍ ସଂକ୍ରମଣ ସଂଖ୍ୟାରେ ଇଂଲଣ୍ଡ୍‌କୁ ଟପି ଭାରତ ବିଶ୍ବର ଚତୁର୍ଥ ସ୍ଥାନରେ; ମୃତ୍ୟୁସଂଖ୍ୟାରେ ଆମେରିକା ବିଶ୍ବରେ ପ୍ରଥମ

262 Views

ନୂଆଦିଲ୍ଲୀ  : କରୋନାଭାଇରସ୍ ସଂକ୍ରମଣ ସଂଖ୍ୟାରେ ଭାରତ ଇଂଲଣ୍ଡ୍‌କୁ ଟପି ବିଶ୍ବର ଚତୁର୍ଥ ସ୍ଥାନରେ ପହଞ୍ଚିଥିବା କଥା ୱା‌ର୍ଲଡୋମିଟର୍ ତଥ୍ୟରୁ ଜଣାପଡ଼ିଛି। ଗୁରୁବାର ସକାଳ ୮ଟା ସୁଦ୍ଧା ଭାରତରେ ଆକ୍ରାନ୍ତଙ୍କ ସଂଖ୍ୟା ୨୯୭୫୩୫ରେ ପହଞ୍ଚିଛି। ଆକ୍ରାନ୍ତଙ୍କ ମଧ୍ୟରୁ ୧୪୭୧୯୪ ଜଣ ସୁସ୍ଥ ହୋଇଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ଜଣେ ଦେଶାନ୍ତର ଯାତ୍ରା କରିଛନ୍ତି। ବାକି ୮୪୯୮ ଜଣ ଆକ୍ରାନ୍ତ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି । ସମ୍ପ୍ରତି ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୧୪୧୮୪୨ ରହିଛି।

ଏ ସପ୍ତାହର ଆଦ୍ୟ ଭା‌ଗରେ ସଂକ୍ରମଣ ସଂଖ୍ୟାରେ ଭାରତ ସ୍ପେନ୍‌କୁ ଟପି ପଞ୍ଚମ ସ୍ଥାନରେ ପହଞ୍ଚିଥିଲା। ସମ୍ପ୍ରତି ଭାରତ ଚତୁର୍ଥ ସ୍ଥାନକୁ ଆସିଥିବା ବେଳେ ତା’ ପଛକୁ ରହିଛି ଯୁକ୍ତରାଷ୍ଟ୍ର ଆମେରିକା (୨୦ ଲକ୍ଷ), ବ୍ରାଜିଲ୍ (୮ଲକ୍ଷ) ଏବଂ ରୁଷ୍ (୫ ଲକ୍ଷ)। ଜୁନ୍ ୧୧ ତାରିଖ ଦିନ କ୍ରମାଗତ ସାତ ଦିନ ଧରି ଭା‌ତରରେ ସଂକ୍ରମଣ ସଂଖ୍ୟା ୯, ୫୦୦ରେ ପହଞ୍ଚିଥିଲା। ଏହି ସମୟ ମଧ୍ୟରେ ଗୋଟିଏ ଦିନରେ ପ୍ରଥମ ଥର ଲାଗି ମୃତ୍ୟୁସଂଖ୍ୟା ୩୦୦ ଅତିକ୍ରମ କରିଥିଲା।

By amfnews

Related Post