Wed. Aug 19th, 2026

କରୋନାଭାଇରସ୍ ସଂକ୍ରମଣ ବୃଦ୍ଧି ପାଇବା ଯୋଗୁଁ ପଞ୍ଜାବ, କେରଳ, ତାମିଲନାଡୁ, ଝାଡ଼ଖଣ୍ଡରେ କଠୋର କଟକଣା

287 Views

ନୂଆଦିଲ୍ଲୀ: ଦେଶରେ କ‌ୋଭିଡ୍-୧୯ ସଂକ୍ରମଣ ଦ୍ରୁତ ବେଗରେ ବୃଦ୍ଧି ପାଉଥିବାରୁ ଅନ୍‌ଲକ୍ ୧.୦ ସମୟରେ ଦିଆଯାଇଥିବା କୋହଳକୁ କେତେକ ରାଜ୍ୟ ପୁଣି ପ୍ରତ୍ୟାହାର କରିନେବାକୁ ନିଷ୍ପତ୍ତି ନେଇଥିବା ବେଳେ ଅନ୍ୟ କେତେକ ରାଜ୍ୟ ସମ୍ପୂର୍ଣ୍ଣ ସଟ୍‌ଡାଉନ୍ କଥା ବିଚାର କରୁଛନ୍ତି।

ପଞ୍ଜାବରେ ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଉଥିବାରୁ ଗୁରୁବାର ଦିନ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ହପ୍ତାହନ୍ତ ଏବଂ ସର୍ବସାଧାରଣ ଛିଟି ଦିବସମାନଙ୍କରେ କଠୋର ଲକ୍‌ଡାଉନ୍ କଟକଣା ଜାରି ପାଇଁ ଆଦେଶ ଦେଇଛନ୍ତି। କେବଳ ଇପାସ୍‌ଧାରୀମାନଙ୍କୁ ଯାତାୟାତ ପାଇଁ ଅନୁମତି ମିଳିବ। ଡାକ୍ତରୀ କର୍ମଚାରୀ ଏବଂ ଅତ୍ୟାବଶ୍ୟକ ସେବା ପ୍ରଦାନକାରୀଙ୍କ ବ୍ୟତୀତ ସମସ୍ତ ନାଗରିକ ଗୋଟିଏ ଆପ୍‌ରୁ ଏହି ଇ-ପାସ୍ ଡାଉନ୍‌ଲୋଡ୍ କରିପାରିବେ।

କିନ୍ତୁ, ଶିଳ୍ପ କ୍ଷେତ୍ର ସ୍ବାଭାବିକ ଭାବେ କାର୍ଯ୍ୟ କରିବ ବୋଲି ମୁଖ୍ୟମନ୍ତ୍ରୀ ସିଂହ କହିଛନ୍ତି। ଦିଲ୍ଲୀରୁ ପଞ୍ଜାବକୁ ପ୍ରବେଶ କରୁଥିବା ଲୋକମାନଙ୍କୁ ବାଧ୍ୟତାମୂଳକ ଭାବେ କରୋନାଭାଇରସ୍ ସଂକ୍ରମଣ ପରୀକ୍ଷା କରାଇବାକୁ କିଛି ଉପାୟ ପ୍ରବର୍ତ୍ତନ କରିବାକୁ ମୁଖ୍ୟମନ୍ତ୍ରୀ ସିଂହ ଡାକ୍ତରୀ ବିଶେଷଜ୍ଞମାନଙ୍କୁ କହିଛନ୍ତି। ଜାତୀୟ ରାଜଧାନୀ ଅଞ୍ଚଳରୁ ପ୍ରତିଦିନ ପଞ୍ଜାବ ମଧ୍ୟକୁ ୫୦୦ ରୁ ୮୦୦ ଯାନବାହନ ପ୍ରବେଶ କରୁଛି।

ଚେନ୍ନାଇରେ କୋଭିଡ୍-୧୯ ସଂକ୍ରମଣ ବୃଦ୍ଧି ପାଉଥିବାରୁ ଗୁରୁବାର ଦିନ ମାଡ୍ରାସ୍ ହାଇକୋର୍ଟ ତାମିଲନାଡୁ ସରକାରଙ୍କୁ କହିଛି ଯେ, କେବଳ ଚେନ୍ନାଇ ସହରକୁ ଲକ୍‌ଡାଉନ୍‌ରେ ରଖି ନ ହେବ କାହିଁକି? ଏହାର ଜବାବ ଶୁକ୍ରବାର ସୁଦ୍ଧା ଦାଖଲ କରିବାକୁ ଅଦାଲତ ରାଜ୍ୟ ସରକାରଙ୍କୁ କହିଛନ୍ତି।

ଝାଡ଼ଖଣ୍ଡରେ କରୋନାଭାଇରସ୍ ସଂକ୍ରମଣ ବୃଦ୍ଧି ପାଉଥିବାରୁ ସେଠାକାର ଶାସକ ମେଣ୍ଟର ସଦସ୍ୟ କଂଗ୍ରେସ ମଧ୍ୟ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌କୁ ସମ୍ପୂର୍ଣ୍ଣ ଲକ୍‌ଡାଉନ୍ ପାଇଁ କହିଛି।

କେରଳ ସରକାର ମଧ୍ୟ କଣ୍ଟେନ୍‌ମେଣ୍ଟ୍ ଜୋନ୍‌ରେ କଠୋର କଟକଣା ପାଇଁ ଉପାୟ ଚିନ୍ତା କରୁଛନ୍ତି।

By amfnews

Related Post