Thu. Jun 11th, 2026

କରୋନା କର୍ମବୀରଙ୍କୁ ଆକ୍ରମଣ କଲେ ନିସ୍ତାର ନାହିଁ: ଯୋଗୀ

295 Views

ଲକ୍ଷ୍ନୌ: ଲକ୍‌ଡାଉନ୍ ବେଳେ ଉତ୍ତର ପ୍ରଦେଶରେ ପୁଲିସ ଉପରେ ଆକ୍ରମଣ ହୋଇଥିବାର ଖବର ଦେଖିବାକୁ ମିଳିଛି। ଏଭଳି ଘଟଣା ସାମ୍ନାକୁ ଆସିବା ପରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆକ୍ରମଣକାରୀଙ୍କୁ କଡ଼ା ଚେତାବନୀ ଦେଇଛନ୍ତି। କରୋନା କର୍ମବୀରଙ୍କୁ ଆକ୍ରମଣ କଲେ ଆକ୍ରମଣକାରୀଙ୍କ ବିରୋଧରେ ଜାତୀୟ ସୁରକ୍ଷା ଆଇନ୍ ଆଧାରରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସେ କହିଛନ୍ତି।

ପଶ୍ଚିମ ଉତ୍ତର ପ୍ରଦେଶରେ କିଛି ପୁଲିସ କର୍ମୀଙ୍କ ବିରୋଧରେ ମାରପିଟ୍ ହୋଇଥିବାର ଖବର ଆସିଥିଲା। ଏହା ପୂର୍ବରୁ ଏପ୍ରିଲ ୧ରେ ୟୁପିର ମୁଜାଫରନଗର ଜିଲ୍ଲାରେ ଲକ୍‌ଡାଉନ୍ ବେଳେ ଲୋକମାନେ ଘରୁ ବାହାରି ପୁଲିସ କର୍ମୀଙ୍କୁ ପଥର ଓ ଢ଼େଲା ମାଡ଼ କରିଥିଲେ। ଏହାପରେ ଯୋଗୀ ଆଦିତ୍ୟନାଥ ଏଭଳି କଡ଼ା କାର୍ଯ୍ୟାନୁଷ୍ଠାନର ଚେତାବନୀ ଦେଇଛନ୍ତି।

ଉତ୍ତର ପ୍ରଦେଶ ବ୍ୟତୀତ ବିହାର ଓ ମଧ୍ୟପ୍ରଦେଶରେ ପୁଲିସ ଓ ସ୍ୱାସ୍ଥ୍ୟ କର୍ମଚାରୀଙ୍କ ଉପରେ ଆକ୍ରମଣ କରାଯାଇଥିବାର ଖବର ଦେଖିବାକୁ ମିଳିଛି। ଇନ୍ଦୋରରେ ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ଆକ୍ରମଣ କରାଯାଇଥିବା ଅଭିଯୋଗରେ ୭ ଜଣଙ୍କୁ ଗିରଫ କରାଯାଇଛି।

By amfnews

Related Post