Sat. Oct 17th, 2026

କରୋନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ଫଣ୍ଡ୍‌କୁ ସହାୟତା‌: ଅରୁଣ ଦେଲେ ତିନିମାସର ଦରମା, ନିରଞ୍ଜନ ପଟ୍ଟନାୟକ ଦେଲେ ୧୦ ଲକ୍ଷ ଟଙ୍କା

219 Views

ଭୁବନେଶ୍ୱର/ନୟାଗଡ଼ :  ଦେଶବ୍ୟାପୀ ଆତଙ୍କ ସୃଷ୍ଟି କରିଥିବା କରୋନା ମୁକାବିଲା ନିମନ୍ତେ ନୟାଗଡ଼ର ରାଜ‌ନୈତିକ ବ୍ୟକ୍ତିବି‌‌ଶେଷ, ବ୍ୟବସାୟୀ ଆଜି ସହାୟତାର ହାତ ବଢାଇଛନ୍ତି। ନୟାଗଡ଼ ବିଧାୟକ ତଥା ରାଜ୍ୟ କୃଷିମନ୍ତ୍ରୀ ଡ. ଅରୁଣ କୁମାର ସାହୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ଫଣ୍ଡ୍‌କୁ  ଆଜି ନିଜ ତିନିମାସର ଦରମା ପ୍ରଦାନ କରିଛନ୍ତି।

ସେହିପରି ନୟାଗଡ଼ର ବିଜେପି ନେତ୍ରୀ  ଇରାନୀ ରାୟ ପ୍ରଧାନମନ୍ତ୍ରୀଙ୍କ ରିଲିଫ୍ ଫଣ୍ଡ୍‌କୁ ଆଜି ୧ ଲକ୍ଷ ଟଙ୍କାର ଚେକ୍‌ ପ୍ରଦାନ କରିଛନ୍ତି। ସେହିପରି ଇଟାମାଟିର ବ୍ୟବସାୟୀ ଆଶିଷ କୁମାର ଅଗ୍ରୱାଲ ୫୧ ହଜାର ଟଙ୍କା ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ଫଣ୍ଡ୍‌କୁ ପ୍ରଦାନ କରିଛନ୍ତି।  କରୋନ ପାଇଁ ସହାୟତାର ହାତ ବଢାଇ ଥିବା ଏହି ବ୍ୟକ୍ତିବିଶେଷଙ୍କୁ ସାଧାରଣରେ ପ୍ରଶଂସା କରାଯାଇଛି। ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୧୦ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି ।

By amfnews

Related Post