Sun. Jul 26th, 2026

କମ୍ ଲେମ୍ବୁ ପାଣି ପିଇବା ଉଚିତ

292 Views

ଯଦି ଆପଣ ପ୍ରତିଦିନ ନିଜର ଓଜନ କମ୍‌ କରିବା ପାଇଁ ସକାଳେ ଲେମ୍ବୁ ପାଣି ପିଉଛନ୍ତି, ତେବେ ଏହି ଖାସ୍‌ ଖବର କେବଳ ଆପଣଙ୍କ ପାଇଁ। ଯଦି ଆପଣ ଭାବୁଥିବେ ଯେ ଲେମ୍ବୁ ପାଣି ପିଇଲେ ଦେହ ଭଲ ରହିବ ଓ ଓଜନ କମିବ, ତେବେ ଆପଣ ଭୁଲ୍‌ ମନେ କରୁଛନ୍ତି।

ଜାଣନ୍ତୁ ଲେମ୍ବୁ ମିଶ୍ରତ ଜଳ ପିଇଲେ ଶରୀରର କି କ୍ଷତି ହୋଇଥାଏ। ଅଧିକ ମାତ୍ରାରେ ଲେମ୍ବୁ ସେବନ ଫଳରେ ଶରୀରରେ ଭିଟାମିନ୍‌ ସି ଓଭରଡୋଜ୍‌ ହୋଇଯାଏ। ଏହା ଯୋଗୁଁ ଶରୀରରେ ଏସିଡିଟିର ସମସ୍ୟା ଉପୁଜିପାରେ। ଏଣୁ ମନେ ରଖନ୍ତୁ ଯଦି ଲେମ୍ବୁ ପାଣି ପିଉଛନ୍ତି, ତେବେ ଦିନକୁ ଦୁଇ କପ୍‌ରୁ ଅଧିକ ସେବନ କରନ୍ତୁ ନାହିଁ।

ଲେମ୍ବୁରେ ସିଟ୍ରସ୍‌ ଏସିଡ୍‌ ଥାଏ, ଯାହା ଆମର ଦାନ୍ତର କୋଟିଂର କ୍ଷତି କରିଥାଏ। ଯେତେବେଳେ ଲେମ୍ବୁ ପାଣି ପିଉଛନ୍ତି, ସେତେବେଳେ ଷ୍ଟ୍ର ଲଗାଇ ପିଅନ୍ତୁ।

ଅଧିକ ମାତ୍ରାରେ ଲେମ୍ବୁ ପାଣି ପିଇଲେ ଶରୀରେ ଥିବା ଜରୁରୀ ପୋଷକ ତତ୍ତ୍ୱ ଶୁଷ୍କ ହୋଇଯାଏ ଓ ଶରୀରରେ ଜଳୀୟ ଅଂଶ ହ୍ରାସ ପାଇଯାଏ। ଖାଲି ସେତିକି ନୁହେଁ ଏହା ଫଳରେ ଷ୍ଟୋନ୍‌ ହେବାର ମଧ୍ୟ ଆଶଙ୍କା ରହିଛି।

ଅନେକ ସମୟରେ ତୈଳାକ୍ତ ଖାଦ୍ୟ ଖାଇବା ପରେ ତାକୁ ହଜମ କରିବା ଉଦ୍ଦେଶ୍ୟରେ ଲେମ୍ବୁ ପାଣି ପିଇଥାନ୍ତି, ସେମାନେ ଭୁଲି ଯାଆନ୍ତି ଯେ, ଏହାଫଳରେ ପେଟରେ ଅମ୍ଳର ମାତ୍ରା ବଢ଼ିଯାଏ।

By amfnews

Related Post