Sat. Jul 25th, 2026

କମୁନି ତୁଳସୀର ଦୁଃଖ ; ସହାୟତାର ହାତ ବଢ଼ାଇଲେ ମନ୍ତ୍ରୀ

224 Views

ଭୁବନେଶ୍ୱର : ସାଙ୍ଗଙ୍କ ସହ ଖେଳକୁଦ କରିବା ବୟସରେ ବିଛଣାରେ ପଡ଼ିଛି ତୁଳସୀ। ରୋଗ କ’ଣ ଜଣାପଡ଼ୁନି। ଅଜଣା ରୋଗରେ ପୀଡ଼ିତ ହୋଇ ସ୍ଥାଣୁ ପାଲଟି ଯାଇଛି। ଝିଅକୁ ଦେଖି କୋହ ସମ୍ଭାଳି ପାରୁ ନାହାନ୍ତି ପରିବାର ଲୋକେ।  କ୍ୟାପିଟାଲ ହସ୍ପିଟାଲଠାରୁ ଆରମ୍ଭ କରି ଏମସ୍‌ ପର୍ଯ୍ୟନ୍ତ ସବୁଠି ଦେଖାଇ ସାରିଲେଣି । ହେଲେ ରୋଗ ନିରୁପଣ ହୋଇପାରୁନି। ଚିକିତ୍ସା ତ ଦୂରର କଥା। ଏପରି ଦୁଃଖଭରା କହାଣୀ ଦେଖିବାକୁ ମିଳିଛି ଭୁବନେଶ୍ୱରର ନୀଳାଦ୍ରି ବିହାର ସ୍ଥିତ ଆଦର୍ଶ ବସ୍ତିରେ।

ତୁଳସୀର ପରିବାରର ଆର୍ଥିକ ସମ୍ବଳ ବି ସେପରି ନାହିଁ ଯେ, ତାକୁ ରାଜ୍ୟ ବାହାରକୁ ନେଇ ଚିକିତ୍ସା କରିପାରିବେ। ଏହି ଖବର ପାଇବା ପରେ ତୁଳସୀ ପାଇଁ ସହାୟତାର ହାତ ବଢାଇଛନ୍ତି କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ। ଏନେଇ ଏକ ସ୍ୱେଚ୍ଛାସେବୀ ସଂଗଠନ କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କୁ ଜଣାଇବା ପରେ ସେ ତୁଳସୀ ଘରେ ପହଞ୍ଚି ତାର ଚିକିତ୍ସା କରିବା ପାଇଁ ବ୍ୟବସ୍ଥା କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

ଏନେଇ କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡଙ୍ଗୀ କହିଛନ୍ତି,“ଅସହାୟ ଅବସ୍ଥାରେ ଏହି ପରିବାର ଅଛନ୍ତି। ଝିଅକୁ ଏମ୍‌ସ ଫେରେଇ ଦେଇଥିବା ପରିବାର ଲୋକେ କହୁଛନ୍ତି। ମୁଁ ଏମ୍‌ସର ସୁପରିଣ୍ଟେଡେଣ୍ଟଙ୍କ ସହ କଥା ହୋଇଛି। ପିଲାଟିର କିପରି ଚିକିତ୍ସା ହୋଇପାରିବ ସେଥିପାଇଁ ଚେଷ୍ଟା କରିବି।”

By amfnews

Related Post