Thu. May 14th, 2026

କଫିରେ ବଟର ମିଶାଇ ପିଇଲେ ଉପକାର ମିଳିଥାଏ

279 Views

କଫିରେ ବଟର ମିଶାଇ ପିଇଲେ ହୃଦୟ ଓ ମସ୍ତିଷ୍କରେ ହେଉଥିବା ରୋଗର ଆଶଙ୍କା କମିଯାଏ। ବଟର କଫି ଶରୀରକୁ କେବଳ ଯେ ଶକ୍ତି ଯୋଗାଇ ଥାଏ,ତା ନୁହେଁ ବରଂ ଏହା ସ୍ୱାସ୍ଥ୍ୟ ପ୍ରଦ ମଧ୍ୟ। ଏକ ଗବେଷଣାରୁ ଜଣାଯାଇଛି ଯେ ଯଦି ଆପଣ ବ୍ଲାକ୍‌ କଫି ପିଇବାକୁ ପସନ୍ଦ କରୁଥାନ୍ତି ,ତେବେ ତା’ ଜାଗାରେ ବଟର କଫି ପିଇଲେ ଭଲ ହେବ।
ଏବେ ଆସନ୍ତୁ ଜାଣିବା କିପରି ପ୍ରସ୍ତୁତ କରିବେ ବଟର କଫି । ଏକ କପ୍‌ ପାଣି ଗରମ କରନ୍ତୁ । ସେଥିରେ ଏକ ଚାମଚ କଫି ପକାନ୍ତୁ ଓ ଫୁଟାନ୍ତୁ। ଏହାପରେ ସେଥିରେ ଗାଇ ବା ମଇଁଷିର ଲହୁଣି ମିଶାନ୍ତୁ। ଏକ ମିନିଟ୍‌ ମିଶାଇବା ପରେ ବଟର କଫି ପ୍ରସ୍ତୁତ ହୋଇଗଲା।ଏହାକୁ ଛାଣିକରି ଆପଣ ତତ୍‌କ୍ଷଣାତ୍‌ ପିଇ ପାରନ୍ତି।


ଆଉ ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେ ବଟର କଫି ପିଇବାର କିଛି ଘଣ୍ଟା ଯାଏଁ ଭୋକ ଲାଗି ନଥାଏ। ବଟର କଫି ପିଇଲେ କୋଷ୍ଠ କାଠିନ୍ୟତା ସମସ୍ୟା ମଧ୍ୟ ଦୂର ହୋଇଥାଏ ବୋଲି କୁହାଯାଏ।ମନେ ରଖନ୍ତୁ ଏଥିରେ ତାଜା ଲହୁଣିର ଉପଯୋଗ ଖୁବ୍‌ ଉପାଦେୟ।

By amfnews

Related Post