Fri. Jul 3rd, 2026

କଟକରୁ ଜବତ ହେଲା ୧୦ ଲକ୍ଷ ମୂଲ୍ୟର ବ୍ରାଉନସୁଗାର

352 Views

ଓଡ଼ିଶା, ଜାନୁଆରୀ ୧୩ : ନକଲି ଜିନିଷପତ୍ରର କେନ୍ଦ୍ରସ୍ଥଳୀ କଟକ ପାଲଟିଥିବା ବେଳେ ଏବେ କିଛିଦିନ ହେବ ବ୍ରାଉନସୁଗାର ଜବତ ହେବାରେ ଲାଗିଛି । ତେବେ ଆଜି କଟକ ଜିଲ୍ଲା ବିଡ଼ାନାସୀ ଦେଉଳସାହି ଦେବୀଘର ପଛପଟୁ ୧୦ ଲକ୍ଷରୁ ଉର୍ଦ୍ଧ୍ବ ମୂଲ୍ୟର ବ୍ରାଉନସୁଗାର ଜବତ ହୋଇଛି ।

ଏହି ଜବତ ଘଟଣା ସହରରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ବେଳେ ପୋଲିସ ୫ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଖବର ଅନୁଯାୟୀ, କିଛି ମାସ ହେବ ଏହି ବ୍ରାଉନସୁଗାର କାରବାର ହେଉଥିବା ସଂପର୍କରେ ପୋଲିସ ଖବର ପାଇଥିଲା। ବ୍ରାଉନସୁଗାର ପାଉଡର ବିକ୍ରୀ କରିବାକୁ ଯୋଜନା କରାଯାଉଥିବା ବେଳେ ବିଡାନାସୀ ଥାନା ପୁଲିସ ଚଢ଼ଉ କରି ୫ ଜଣଙ୍କୁ ଗିରଫ କରିଛି।

ଗିରଫ ବ୍ୟକ୍ତି ମାନେ ହେଉଛନ୍ତି ବିଡାନାସୀ ଅଞ୍ଚଳର ଦେବାଶିଷ ବିଶ୍ବାଳ , ରଘୁନାଥ ଜିଉ କଲେଜ ଅଞ୍ଚଳର ବିଶ୍ବରଞ୍ଜନ ସ୍ବାଇଁ , ଲାଲବାଗ ଖ୍ରୀଷ୍ଟିଆନ୍ ସାହିର ଶ୍ରୀରାଜ ପାତ୍, ମାଲଗୋଦାମ ଯୋବ୍ରା ଅଞ୍ଚଳର ମନୋଜ କୁମାର ଦାସ ଓ ନୟାଗଡ଼ ସୁନାଖଳାର ସୁମନ୍ତ କୁମାର ମାଝି। ଏମାନଙ୍କ ପାଖରୁ ୧୦୬ ଗ୍ରାମର ବ୍ରାଉନସୁଗାର ଜବତ ହୋଇଥିବା ପୋଲିସ ପକ୍ଷରୁ ସୂଚନା।

By amfnews

Related Post