Thu. Aug 13th, 2026
220 Views

କଟକ : କଟକ ବଡ଼ ଡାକ୍ତରଖାନାର ନ୍ୟୁରୋସର୍ଜରୀ ବିଭାଗରେ ଆଜି ସକାଳେ ନର୍ଦ୍ଦମା ପାଣି ପଶିଯାଇଥିଲା। ଫଳରେ ସାଧାରଣ ରୋଗୀ ବହୁ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ନର୍ଦ୍ଦମା ପାଣି ନ୍ୟୁରୋସର୍ଜରୀ ବିଭାଗର ଅସ୍ତ୍ରୋପଚାର ରୁମ୍‌ ସମେତ ଅନ୍ୟ ସମସ୍ତ ରୁମ୍‌ରେ ପାଣି ପଶି ଯାଇଥିଲା। ତେଣୁ କିଛି ସମୟ ଅସ୍ତ୍ରୋପଚାର ବନ୍ଦ ରହିଥିଲା। ମଇଳା ପାଣି ସଫା କରିବା ପରେ ପୁଣି ଅସ୍ତ୍ରୋପଚାର କରାଯାଇଥିଲା। ଏହି ବିଭାଗର ଚାରିଆଡ଼େ ନର୍ଦ୍ଦମା ପାଣି ପଶି ଯାଇଥିବା ଯୋଗୁ ସଫେଇ କର୍ମଚାରୀମାନେ ସଫା କରିବା ପାଇଁ ନାକେଦମ ହୋଇ ପଡ଼ିଥିଲେ।

ଜଣେ ରୋଗୀଙ୍କ ସମ୍ପର୍କୀୟ ସୁରେଶ ଚନ୍ଦ୍ର କହିଛନ୍ତି, “ଡାକ୍ତରଖାନାରେ ନର୍ଦ୍ଦମା ପାଣି ପଶିଯିବା ଫଳରେ ବହୁତ ଦୁର୍ଗନ୍ଧ ହୋଇଥିଲା। ଆମେ ସମସ୍ତେ ବାହାରକୁ ପଳାଇ ଆସିଥିଲୁ। ପରେ କିଛି ଲୋକ  ଆସି ବାଲି ବସ୍ତା ପକାଇ ପାଣିକୁ ବନ୍ଦ କରିଥିଲେ। ତା’ପରେ ସଫେଇ କର୍ମଚାରୀ ଆସି ସଫା କରିଥିଲେ।”

 

By amfnews

Related Post