Tue. Jul 28th, 2026

କଟକ: ନିଆଳିରେ ଦାମଙ୍କୁ ଅଙ୍ଗନବାଡି କର୍ମୀଙ୍କ ବିରୋଧ ପ୍ରଦର୍ଶନ, ସଭାସ୍ଥଳୀ ଉପରେ ଅଣ୍ଡାମାଡ଼

395 Views

କଟକ: ବରିଷ୍ଠ ନେତା ତଥା ପାରାଦୀପ ବିଧାୟକ ଦାମୋଦର ରାଉତଙ୍କ ସଭାସ୍ଥଳୀକୁ ଗୁରୁବାର ଅଣ୍ଡାମାଡ଼ ହୋଇଛି। କଟକ ଜିଲ୍ଲାର ନିଆଳିରେ ଅଙ୍ଗନବାଡି କର୍ମୀମାନେ ଦାମଙ୍କୁ ତୀବ୍ର ବିରୋଧ କରିଛନ୍ତି। କର୍ମୀମାନେ ପ୍ଲାକାର୍ଡ ପ୍ରଦର୍ଶନ କରିବା ପୂର୍ବରୁ ଦାମଙ୍କ ବାଟ ଓଗାଳିଥିଲେ। ଏଭଳି ପରିସ୍ଥିତିରେ ପୁଲିସ ଅଙ୍ଗନବାଡି କର୍ମୀଙ୍କୁ ଅଟକାଇବାକୁ ଉଦ୍ୟମ କରିଥିଲା।

ଦାମ ରାଉତ ଗୁରୁବାର ନିଆଳି ହାଇସ୍କୁଲ ପଡ଼ିଆରେ ସଭା କରିଥିଲେ। ମଂଚ ଉପରେ ତାଙ୍କ ସହ ବରିଷ୍ଠ ସାମ୍ବାଦିକ ରବି ଦାସ ସମେତ କଂଗ୍ରେସ ମିଡିଆ ସେଲର ଅଧ୍ୟକ୍ଷ ସତ୍ୟପ୍ରକାଶ ନାୟକ ଉପସ୍ଥିତ ଥିଲେ। ଏହି ସମୟରେ ହାଇସ୍କୁଲ ପାଚେରୀ ବାହାରୁ ଅଣ୍ଡାମାଡ଼ ହୋଇଥିଲା। ଅଣ୍ଡା କାହାରି ଉପରେ ପଡ଼ି ନଥିଲା। ଅଣ୍ଡାମାଡ଼ କରିଥିବା ବ୍ୟକ୍ତି ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିଲା।

ଅଣ୍ଡାମାଡ଼ ଘଟଣା ପରେ ନିଆଳି ବିଧାୟକ ପ୍ରମୋଦ ମଲ୍ଲିକ ଦାମୋଦର ରାଉତଙ୍କୁ କଡ଼ା ଜବାବ ଦେଇଛନ୍ତି। ସେ କହିଛନ୍ତି, ଦାମ ବାବୁ ପଶୁ ଡାକ୍ତର। ମୁଁ ମଣିଷ ଡାକ୍ତର। ଦାମ ବାବୁ ପାଗଳ ହୋଇଗଲେଣି। ତେଣୁ ସେ ଡାକ୍ତରଙ୍କ ପରାମର୍ଶ ନେବା ଦରକାର।

By amfnews

Related Post