Sun. Aug 2nd, 2026

କଟକ: କାନ୍ଥ ଭୁଶୁଡ଼ି ଜଣେ ମୃତ

356 Views

କଟକ: ଉତ୍ତରପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା େଓ୍ଵଲମାର୍କ ଲୋ ପ୍ରେସର ଆଜି ଅବପାତରେ ରୂପ ନେଇଛି। ଏହାର ପ୍ରଭାବରେ ସମଗ୍ର ଉପକୂଳ ଓଡ଼ିଶାରେ ଲଗାଣ ବର୍ଷା ଜାରି ରହିଛି। ତେବେ ଲଗାଣ ବର୍ଷା ଯୋଗୁଁ କାନ୍ଥ ଭୁଶୁଡ଼ି ପଡ଼ିବାରୁ କଟକ ଜିଲ୍ଲା କିଶୋରନଗର ଥାନା ଅନ୍ତର୍ଗତ ବାଲିସୁକ୍ରି ସୁଗୁନିଆହୁଡ଼ା ଗାଁରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି।

ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳେ କିଶୋରନଗର ଥାନା ଅନ୍ତର୍ଗତ ବାଲିସୁକ୍ରି ସୁଗୁନିଆହୁଡ଼ା ଗାଁର ଦୀନବନ୍ଧୁ ମହରଣା(୫୨ ବର୍ଷ) ନିଦରୁ ଉଠି ନିଜ ରୋଷେଇ ଘରେ ବସିଥିବା ବେଳେ ହଠାତ ବର୍ଷା ଯୋଗୁଁ ମୂଳଦୁଆ ଭିଜି ଯାଇଥିିବା ରୋଷେଇ ଘରର କାନ୍ଥ ହଠାତ ଭୁଶୁଡ଼ି ପଡ଼ିଥିଲା। ଏହି ଭୁଶୁଡ଼ି ପଡ଼ିଥିବା କାନ୍ଥ ତଳେ ଚାପି ହୋଇ ରହି ଯାଇଥିିବା ଦୀନବନ୍ଧୁ ମହରଣାଙ୍କୁ ପରିବାର ଓ ଗ୍ରାମବାସୀମାନେ ଉଦ୍ଧାର କରି ରଘୁନାଥପୁର ଡାକ୍ତରଖାନାରେ ଭର୍ତ୍ତି କରଥିଲେ। ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

By amfnews

Related Post