Tue. Sep 15th, 2026

କଂଗ୍ରେସର ମିଶ୍ରଣ ପର୍ବ

460 Views

ରାଉରକେଲା, ୩୦ ।୮ () : ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ଠାରେ ସଂଖ୍ୟାଲଘୁ ସଂପ୍ରଦାୟର କିଛି ପ୍ରତିଷ୍ଠିତ ବ୍ୟକ୍ତି କଂଗ୍ରେସରେ ଯୋଗଦାନ କରିଛନ୍ତି । ଦେଶର ପ୍ରତ୍ୟେକ ଲୋକଙ୍କୁୂ ଦଳ ସହ ଜଡ଼ିତ କରିବା ଭାବନାରେ ଅନୁପ୍ରାଣିତ ହୋଇ ଏହି ବ୍ୟକ୍ତିମାନେ କଂଗ୍ରେସ ଦଳରେ ଯୋଗଦାନ କରିଛନ୍ତି । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ୱରେ କଂଗ୍ରେସ ନେତା ସାହିରଙ୍କ ଉଦ୍ୟମରେ ଏହି କର୍ମୀମାନେ ଯୋଗ ଦେଇଥିବା ବେଳେ ଜିଲ୍ଲା କଂଗ୍ରେସ ସଭାପତି ରବି ରାୟଙ୍କ ଉପରେ ଆସ୍ଥା ରଖିିଥିବା କହିଥିଲେ ।

ଦଳରେ ଯୋଗ ଦେଇଥିବା ବ୍ୟକ୍ତିମାନେ ହେଲେ ଇମରାନ, ଜୁନୈବ, ୱାଦିଦ, ଏମଡ଼ି ହୁସେନ, ଅମନ ଖାନ, ଜମସେଦ, ୱାଜିବ ଖାନ, ପଙ୍କଜ ସନକାର, ସତ୍ୟମ । ଏହି ମିଶ୍ରଣ ପର୍ବରେ ଦଳର କାର୍ଯ୍ୟକାରୀ ସଭାପତି ସବିର ହୁସେନ, ରାଜ୍ୟ କଂଗ୍ରେସ ସମ୍ପାଦକ ରଶ୍ମି ରଞ୍ଜନ ପାଢ଼ୀ, ପୂର୍ବତନ ବିଧାୟକ ପ୍ରଭାତ ମହାପାତ୍ର, ଅଜିତ ସାମଲ, କୀର୍ତ୍ତନ ଦାସ, ବରିୟମ ସିଂ, ବନମାଳୀ ବିଶୋୟୀ, ବାସୁଦେବ ବାନାର୍ଜୀ, ସାହିର ହୁସେନ ଉପସ୍ଥିତ ରହି ନବାଗତମାନଙ୍କୁ ସ୍ୱାଗତ କରିଥିଲେ ।

Related Post