Thu. Jul 2nd, 2026

କଂଗ୍ରେସ ସେବାଦଳ ପକ୍ଷରୁ ଧ୍ୱଜା ବନ୍ଧନ କାର୍ଯ୍ୟକ୍ରମ

243 Views

ରାଉରକେଲା, ୩୦ା୧୦ : ରାଉରକେଲା ଜିଲ୍ଲା କଂଗ୍ରେସ ସେବାଦଳର ମୁଖ୍ୟ ସଂଗଠକ ବିନୋଦ ଚନ୍ଦ୍ର ରାଉତଙ୍କ ଅଧ୍ୟକ୍ଷତାରେ ଅଖିଳ ଭାରତ କଂଗ୍ରେସ କମିଟି ସେବାଦଳର ମୁଖ୍ୟ ଲାଲ୍ଜୀ ଦେଶାଇଙ୍କ ନିର୍ଦ୍ଦେଶକ୍ରମେ ଧ୍ୱଜା ବନ୍ଧନ କାର୍ଯ୍ୟକ୍ରମ ପାନପୋଷ ଗାନ୍ଧୀ ଛକ ଠାରେ ମହାତ୍ମାଗାନ୍ଧୀଙ୍କ ପ୍ରତିମୁର୍ତ୍ତୀରେ ଜିଲ୍ଲା କଂଗ୍ରେସ କାର୍ଯ୍ୟକାରୀ ସଭାପତି ଶ୍ରୀଯୁକ୍ତ ସବିର ହୁସେନ ଓ ବରିଷ୍ଠ କଂଗେସ ନେତା ବିଜୁ ପୁରୋହିତ ମାଲ୍ୟାର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ କଂଗ୍ରେସ ସେବାଦଳର ରାଜ୍ୟସ୍ତରୀୟ ନେତ୍ରୀ ରଞ୍ଜିତା ମଲ୍ଲିକ୍ ପତାକା ଉତ୍ତୋଳନ କରିଥିଲେ ।

ଏହି କାର୍ଯ୍ୟକ୍ରମରେ କାର୍ଯ୍ୟକାରୀ ସଭାପତି ତାଙ୍କ ଭାଷଣରେ ସେବାଦଳ ମାଧ୍ୟମରେ କିପରି ବୁଥ୍ ସ୍ତରକ୍ୁ ପହଞ୍ଚିବ ଓ ପ୍ରତି ବୁଥ୍ରେ ସେବାସଳର ଦୁଇ ଜଣ କର୍ମୀ ଏଜେଣ୍ଟ ରହିବେ ସେହି ବିଷୟରେ ଉଦବୋଧନ ଦେଇଥିଲେ । ଏହି ପରିପ୍ରେକ୍ଷୀରେ ମହିଳା ନେତ୍ରୀ ରଞ୍ଜିତା ମଲ୍ଲିକ୍ ତାଙ୍କ ଭାଷଣରେ କହିଥିଲେ, କଂଗ୍ରେସର ସେବାଦଳ ସବୁବେଳେ ଜାତୀୟ ପତାକାକୁ ସମ୍ମାନ ଦେଇ, ପତାକା ତଳେ ମୁଣ୍ଡ ନୁଆଁଇବ । ସମସ୍ତଙ୍କ ସହଯୋଗରେ କଂଗ୍ରେସ ଦଳକୁ ସୁଦୃଢ କରିବା ପାଇଁ ଚେଷ୍ଟା କରିବ ।

ଶେଷରେ ସେବାଦଳର ମୁଖ୍ୟ ସଂଗଠକ ଶ୍ରୀ ରାଉତ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ ଓ କିପରି କଂଗ୍ରେସ ଦଳକୁ ସୁଦୃଢ କରିବ ତାହା ନିଜ ବକ୍ତବ୍ୟରେ କହିଥିଲେ । ଅଖିଳ ଭାରତ କଂଗ୍ରେସ କମିଟିର ରାହୁଲ ଗାନ୍ଧୀଙ୍କ ନିର୍ଦ୍ଦେଶକ୍ରମେ ଅଖିଳ ଭାରତ ମୁଖ୍ୟ ସଂଗଠକ ଲାଲଜୀ ଦେଶାଇଙ୍କ ଆଦେଶକୁ ପାଳନ କରି କାର୍ଯ୍ୟକଲେ ଆଗାମୀ ଦିନରେ କଂଗ୍ରେସ ସଭାକ୍ୁ ଫେରିବ । ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ସେବାଦଳର ସଦସ୍ୟ ହେଲେ ପୁର୍ଣ୍ଣ ଓଝା, ସୁକଦେବ ପଣ୍ଡା, ସାଗର ବାରିକ, ସ୍ୱାଗତ ସାଇଜ୍ୟୋତି ଘଡାଇ , ମନିଷ ସାହୁ, ରତିକାନ୍ତ ମଲ୍ଲିକ୍, ରବିନ୍ଦ୍ର ମଲ୍ଲିକ୍, ପୂର୍ବତନ କାଉନ୍ସିଲର ସରସ୍ୱତୀ ଭୂମିଜ୍, ବ୍ଲକ୍ ର ୭ ନମ୍ବର ସଭାପତି ପ୍ରଫୁଲ୍ଲ ପ୍ରଧାନ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ ।

By amfnews

Related Post