Sat. Jun 13th, 2026

କଂଗ୍ରେସ କୋର୍‌ କମିଟି ବୈଠକରେ ନିରଞ୍ଜନ, ନରସିଂହ

328 Views

ନୂଆଦିଲ୍ଲୀ : ୨୦୧୯ ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ କଂଗ୍ରେସ ଦଳ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। କଂଗ୍ରେସ ସଭାପତି ରାହୁଲ ଗାନ୍ଧୀଙ୍କ ଦ୍ୱାରା ଗଠନ କରାଯାଇଥିବା ୯ ଜଣିଆ କୋର୍‌ କମିଟିର ବୈଠକ ଆଜି ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ବିରୋଧୀ ଦଳ ନେତା ନରସିଂହ ମିଶ୍ର, ଓଡ଼ିଶା ପ୍ରଭାରୀ ଜିତେନ୍ଦ୍ର ସିଂହ ଯୋଗଦେଇଥିଲେ। ବୈଠକରେ ରାଜ୍ୟ ଗୁଡ଼ିକରେ ଦଳର ସ୍ଥିତ ଓ ରାଜନୈତିକ ଦୃଶ୍ୟପଟ୍ଟ ଉପରେ ବିସ୍ତତ ଆଲୋଚନା କରାଯାଇଥିଲା।

ପ୍ରତ୍ୟେକ ରାଜ୍ୟମାନଙ୍କ ଦ୍ୱାରା ଦଳର ସ୍ଥିତି ସମ୍ପର୍କରେ କମିଟିକୁ ଅବଗତ କରାଯିବା ସହିତ ଆଗକୁ ନିର୍ବାଚନ ପାଇଁ ସେମାନଙ୍କ ପ୍ରସ୍ତୁତି ଓ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦିଆଯାଇଥିଲା। ତେବେ ବୈଠକରେ ମେଣ୍ଟ ସମ୍ପର୍କରେ କୌଣସି ପ୍ରକାର ଆାଲୋଚନା ହୋଇ ନଥିବା ବିରୋଧୀ ଦଳ ନେତା ଶ୍ରୀ ମିଶ୍ର ସାମ୍ବାଦିକମାନଙ୍କୁ ସୂଚନା ଦେଇଛନ୍ତି। କୋର୍‌ କମିଟି ବୈଠକରେ ବରିଷ୍ଠ କଂଗ୍ରେସ ନେତା ଏ. କେ. ଆଣ୍ଟୋନି, ମଲ୍ଲିକାର୍ଜୁନ ଖଡ୍‌ଗେ, ଅହମ୍ମଦ ପ୍ରଟେଲ ପ୍ରମୁଖ ଉପସ୍ଥିତ ଥିଲେ।

By amfnews

Related Post