Wed. Jul 15th, 2026

ଔଷଧୀୟ ବୃକ୍ଷ ଚାଷ ଦେଖିଲେ ଓଡ଼ିଶା ପ୍ରତିନିଧି

357 Views

ବୌଦ୍ଧ, : ଭାରତ ସରକାର ଆୟୁଷ ବିଭାଗ ଅନ୍ତର୍ଗତ ଜାତୀୟ ଔଷଧୀୟ ଉଦ୍ଭିଦ ପରିଷଦ ପକ୍ଷରୁ ପଶ୍ଚିମବଙ୍ଗ ଜାଦଭପୁର ମହାବିଦ୍ୟାଳୟ ଆନୁକୁଲ୍ୟରେ ଛତିଶଗଡ ରାଜ୍ୟ ବିଳାସପୁର ଠାରେ ଅନୁଷ୍ଠିତ ତ୍ରିଦିବସୀୟ ଏକ୍ସପୋଜର ପରିଦର୍ଶନରେ ଓଡିଶା ରାଜ୍ୟ ପକ୍ଷରୁ ୬ଜଣ ଔଷଧୀୟ ବୃକ୍ଷ ପ୍ରତି ଆଗ୍ରହୀ ଚାଷୀ ବିଭିନ୍ନ ଅଂଚଳ ବୁଲି ଦେଖିଥିଲେ। ଅତିରିକ୍ତ ପିସିସିଏଫ୍ ଅଭୟକାନ୍ତ ପାଠକଙ୍କ ପରାମର୍ଶରେ ପତଞ୍ଜଳି ଯୋଗ ସମିତି ବୌଦ୍ଧ ଜିଲ୍ଲା ପକ୍ଷରୁ ଦେବାଶିଷ ପୁରୋହିତ ଓ ସଂଗ୍ରାମ କେଶରୀ ପ୍ରଧାନ ଏହି ପରିଦର୍ଶନରେ ଗତ ୨୬ ତାରିଖ ଠାରୁ ୨୮ ତାରିଖ ପର୍ଯ୍ୟନ୍ତ ଯାଇଥିଲେ। ସେମାନେ ଔଷଧୀୟ ବୃକ୍ଷ ଚାଷ କରାଯାଉଥିବା ଅଂଚଳ, ନର୍ସରୀ, ଔଷଧ ପ୍ରସ୍ତୁତ କରାଯାଉଥିବା ସ୍ଥାନ ବୁଲିଥିଲେ। ପ୍ରତିନିଧି ମଣ୍ଡଳ ଓଡିଶା ଫେରି ଗତ ୨୯ତାରିଖରେ ରାଜ୍ୟ ସରକାରଙ୍କ ବିଭାଗୀୟ ଅଧିକାରୀମାନଙ୍କ ସହିତ ଆଲୋଚନା କରିଥିଲେ। ପ୍ରଧାନ ବନ ସଂରକ୍ଷକ ସନ୍ଦୀପ ତ୍ରିପାଠୀ, ଜଙ୍ଗଲ ଓ ପରିବେଶ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, କୃଷି ବିଭାଗର ପ୍ରଧାନ ସଚିବ ଡ. ସୌରଭ ଗର୍ଗ, ଆୟୁଷ ବିଭାଗର ନିର୍ଦ୍ଦେଶକ ଏ. କେ. ମିଶ୍ର, ରାଜ୍ୟ ଔଷଧିୟ ଉଦ୍ଭିଦ ପରିଷଦର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ସୁରେନ୍ଦ୍ର ପ୍ରସାଦ ମହାପାତ୍ରଙ୍କ ସହିତ ଆଲୋଚନା କରିବା ପରେ ଏକ କମିଟି ଗଠନ କରାଯାଇ ଆସନ୍ତା ଏପ୍ରିଲ ମାସ ୨୯ ଓ ୩୦ ତାରିଖରେ ଏକ କର୍ମଶାଳା ଆୟୋଜନ କରିବା ସହିତ ପ୍ରତିନିଧି ମଣ୍ଡଳକୁ ପଶ୍ଚିମବଙ୍ଗ ଠାରେ କରାଯାଉଥିବା ଔଷଧୀୟ ବୃକ୍ଷ ଚାଷ ପରିଦର୍ଶନ କରିଯିବା ପାଇଁ ପ୍ରସ୍ତାବ ଗ୍ରହଣ କରାଯାଇଥିଲା।

By amfnews

Related Post