Fri. Oct 2nd, 2026

ଓଡ଼ିଶାରେ ଏଲ୍‌ପିଜି ବଟଲିଂ ପ୍ଲାଣ୍ଟ୍‌ ସଂଖ୍ୟା ୫କୁ ବୃଦ୍ଧି

259 Views

ଭୁବନେଶ୍ବର : ବଲାଙ୍ଗୀରଠାରେ ୨୭ ତାରିଖରେ ବିପିସିଏଲ୍‌ର ଏଲ୍‌ପିଜି ବଟଲିଂ ପ୍ଲାଣ୍ଟ୍ ଉଦଘାଟନ ହେବା ଫଳରେ ରାଜ୍ୟରେ ବଟଲିଂ ପ୍ଲାଣ୍ଟ ସଂଖ୍ୟା ୫କୁ ବୃଦ୍ଧି ପାଇବ। ଏଥିସହିତ ଆଗାମୀ ଦିନରେ ତୈଳ ବିପଣନ କମ୍ପାନି ଗୁଡ଼ିକ ପକ୍ଷରୁ ଖୋର୍ଦ୍ଧା ଏବଂ ରାୟଗଡ଼ାଠାରେ ଦୁଇଟି ବଟଲିଂ ପ୍ଲାଣ୍ଟ୍ ସ୍ଥାପନ ଯୋଜନା ରହିଛି। ଏହା କାର୍ଯ୍ୟକ୍ଷମ ହେଲେ ରାଜ୍ୟରେ ଏଲପିଜି ବଟଲିଂ ପ୍ଲାଣ୍ଟ୍ ସଂଖ୍ୟା ୭କୁ ବୃଦ୍ଧି ପାଇବ। ‌ଏବେ ବାଲେଶ୍ବର, ଝାରସୁଗୁଡ଼ା, ଖୋର୍ଦ୍ଧା ଏବଂ ଜଟଣୀଠାରେ ୪ଟି ଏଲ୍‌ପିଜି ବଟଲିଂ ପ୍ଲାଣ୍ଟ୍ ରହିଛି।

ବର୍ଷକୁ ୪.୦୬ କୋଟି ଏଲ୍‌ପିଜି ସିଲିଣ୍ଡର ଭରା ହେବ: ୨୦୧୪ରେ ରାଜ୍ୟରେ କମ୍ପାନି ଗୁଡ଼ିକର ଏଲ୍‌ପିଜି ସିଲିଣ୍ଡର ବଟଲିଂ କ୍ଷମତା ୧ କୋଟି ୪୮ ଲକ୍ଷ ରହିଥିଲା। ୨୦୧୯ରେ ବର୍ତ୍ତମାନ ଏହା ୨.୯୬ କୋଟି ରହିଛି। ବଲାଙ୍ଗୀର ସମେତ ଖୋର୍ଦ୍ଧା ଏବଂ ରାୟଗଡ଼ାଠାରେ ପ୍ରସ୍ତାବିତ ନୂଆ ପ୍ଲାଣ୍ଟ୍ କାର୍ଯ୍ୟକ୍ଷମ ହେଲେ ରାଜ୍ୟରେ ବାର୍ଷିକ ମୋଟ ସିଲିଣ୍ଡର୍ ବଟଲିଂ କ୍ଷମତା ୪.୦୬ କୋଟିକୁ ବୃଦ୍ଧି ପାଇବ। ୨୦୧୪ ଜୁନ୍‌ରେ ରାଜ୍ୟରେ ଏଲ୍‌ପିଜି ଉପଭୋକ୍ତାଙ୍କ ସଂଖ୍ୟା ୨୦.୨୨ ଲକ୍ଷ ରହିଥିଲା। ୨୦୧୯ରେ ଏହି ଗ୍ରାହକଙ୍କ ସଂଖ୍ୟା ୮୮ ଲକ୍ଷ ୧୦ ହଜାରରେ ପହଞ୍ଚିଛି।

By amfnews

Related Post