Thu. Jul 2nd, 2026

ଓଡ଼ିଶାରୁ ଖସିଗଲେ, ପଶ୍ଚିମବଙ୍ଗରେ ଧରାପଡ଼ିଲେ

206 Views

ଜଳେଶ୍ୱର : ଗଞ୍ଜେଇ ଚୋରା ଚାଲାଣ କରୁଥିବା ବେଳେ ପଶ୍ଚିମବଙ୍ଗର ପଶ୍ଚିମ ମେଦିନିପୁର ଜିଲ୍ଲା ଦାନ୍ତୁନ ପୁଲିସ୍‌ ଓଡ଼ିଶାର ଦୁଇ ଜଣ ଯୁବକଙ୍କୁ ଗିରଫ କରିଛି। ଗିରଫ ଦ୍ୱୟ ହେଲେ କାହ୍ନା ସ୍ୱାଇଁ ଓ ରାମଚନ୍ଦ୍ର ନାହାକ। କାହ୍ନାଙ୍କ ଘର ଗଞ୍ଜାମ ଜିଲ୍ଲାର ବାରତ ଗାଁରେ ଓ ରାମଚନ୍ଦ୍ରଙ୍କ ଘର ଗୁଣ୍ଠପଡ଼ାରେ। ସେମାନଙ୍କ ଠାରୁ ୬୫ କେଜି ଗଞ୍ଜେଇ ଜବତ କରାଯାଇଛି। ଏଥିସହ ସେମାନଙ୍କ କାର୍‌କୁ ମଧ୍ୟ ପୁଲିସ୍ ଜବତ କରିଛି।

ଗତକାଲି କାହ୍ନା ଓ ରାମଚନ୍ଦ୍ର ଜଳେଶ୍ୱର ଲଷ୍ମଣନାଥ ଟୋଲ ଗେଟ୍‌ ଅତିକ୍ରମ କରିବା ପରେ ପଶ୍ଚିମବଙ୍ଗ ପୁଲିସ୍‌ ସେମାନଙ୍କୁ ଧରିଥିଲା। ଲକ୍ଷ୍ମଣନାଥ ଟୋଲ୍ ଗେଟ୍‌ ଦେଇ ଏହି ଭଳି ବହୁ ନିଶା ଦ୍ରବ୍ୟ ବାରମ୍ବାର ଚୋରା ଚାଲାଣ ହେଉଥିଲେ ମଧ୍ୟ ଓଡ଼ିଶା ସୀମାରେ ଥିବା ପୁଲିସ କୌଣସି ଚେକିଂ କରୁ ନଥିବା ଅଭିଯୋଗ ହୋଇଛି । ଚୋରା ବେପାରୀଙ୍କ ପାଇଁ ୧୬ ନମ୍ବର ଜାତୀୟ ରାଜପଥ ସହଜ ରାସ୍ତା ପାଲଟି ଥିବା ବେଳେ ପୁଲିସ୍‌ର କାର୍ଯ୍ୟ ଦକ୍ଷତା ଉପରେ ପ୍ରଶ୍ନ ଉଠିଛି।

By amfnews

Related Post