Fri. Jul 3rd, 2026

ଓସିଏଲ ଶ୍ରମିକଙ୍କ ବୋନସ୍ ଚୁକ୍ତିନାମା ସ୍ୱାକ୍ଷରିତ

223 Views

ରାଜଗାଙ୍ଗପୁର, ୧୭ା୧୦  : ରାଜଗାଙ୍ଗପୁର ସ୍ଥିତ ଓସିଏଲ ଇଣ୍ଡିଆ ଲିମିଟେଡ, ଓସିଏଲ ରିଫ୍ରାକ୍ଟିରୀ ଲିମିଟେଡରେ କାର୍ଯ୍ୟରତ ଶ୍ରମିକମାନଙ୍କୁ ବୋନସ ପ୍ରଦାନକୁ ନେଇ ଲାଗି ରହିଥିବା ଅଚଳାବସ୍ଥା ଶେଷରେ ଦୂରୀଭୂତ ହୋଇଛି । ବୋନସ୍ ସଂକ୍ରାନ୍ତରେ ଶ୍ରମିକ ଓ ପରିଚାଳନା କର୍ତ୍ତୃପକ୍ଷଙ୍କ ମଧ୍ୟରେ ହୋଇଥିବା ଚୁକ୍ତିନାମା ସମାପ୍ତ ହୋଇଥିବା ଜଣାପଡିଛି ।

ଗତକାଲି ରାଜଗାଙ୍ଗପୁର ଠାରେ ହୋଇଥିବା ସିଆଇଟିୟୁ ସହବନ୍ଧିତ ଶ୍ରମିକ ସଂଗଠନ ସୁନ୍ଦରଗଡ ଇଣ୍ଡିଷ୍ଟ୍ରିଆଲ ମଜଦୁର ୟୁନିୟନ ଏବଂ ପରିଚାଳନା କର୍ତ୍ତୃପକ୍ଷଙ୍କ ମଧ୍ୟରେ କଥାବାର୍ତ୍ତା ପରେ ସଂପ୍ରତ୍ତି ଓସିଏଲ ରିଫ୍ରାକ୍ଟରୀରେ କାର୍ଯ୍ୟରତ ଥିବା ପ୍ରାୟ ୫୨୨ ଜଣ ସ୍ଥାନୀୟ ଶ୍ରମିକ ଚଳିତ ବର୍ଷ ୧୬ ହଜାର ୫୦୦ ଟଙ୍କା, ଠିକା ଶ୍ରମିକମାନେ ୪ ହଜାର ୯୦୦ ଟଙ୍କା, ସିଭିଲ ଶ୍ରମିକମାନେ ୮ ହଜାର ୭୫୦ ଟଙ୍କା ଲେଖାଏଁ ବୋନସ ପାଇବେ ବୋଲି ନିଷ୍ପତ୍ତି ହୋଇଥିଲା ।

ଏହି ଆଲୋଚନାରେ ୟୁନିୟନ ପକ୍ଷରୁ ସିଆଇଟିୟୁ ସର୍ବଭାରତୀୟ ଉପସଭାପତି ତଥା ରାଜ୍ୟ ସାଧାରଣ ସମ୍ପାଦକ ବିଷ୍ଣୁ ମହାନ୍ତି, ସିମୁ ସାଧାରଣ ସଂପାଦକ ଜାହାଙ୍ଗୀର ଅଲ୍ଲୀ, ବିମାନ ମାଇତି, ଯଯାତି କେଶରୀ ସାହୁ, ପୂର୍ଣ୍ଣ ଚନ୍ଦ୍ର ସିଂ, ତପନ ଦାସ, ନରେଶ ସାମଲ, ଓସିଏଲ କାରଖାନା ପକ୍ଷରୁ ବ୍ୟବସାୟିକ ଏଚ୍ଆର୍ ନବୀନ ଦାସ, ଓସିଏଲ ରାଜଗାଙ୍ଗପୁର ଏଚ୍ଆର୍ ଭି.ଭି.ଆର୍. ରାଜୁ, ଏଚ୍ଆର୍ ଅରବିନ୍ଦ, ଏଚ୍ଆର୍ ବି.ଆର୍. ପ୍ରସାଦ ପ୍ରମୁଖ ଉପସ୍ଥିତ ରହି ହୋଇଥିବା ରାଜିନାମାରେ ସ୍ୱାକ୍ଷର କରିଥିଲେ ।

By amfnews

Related Post