Sun. Oct 4th, 2026

ଓଲିଉଡ ନାୟିକା ସୂରମୟୀ ଭାରି କ୍ରେଜି

269 Views

ଭୁବନେଶ୍ୱର: ଓଲିଉଡର ଜଣାଶୁଣା ନାୟିକା ସୂରମୟୀଙ୍କୁ ସେତେଟା ସଫଳତା ମିଳି ନାହିଁ ମାତ୍ର ସେ ଅଟକି ନାହାନ୍ତି। ସୂରମୟୀଙ୍କର ପ୍ରଥମ ମୁକ୍ତିପ୍ରାପ୍ତ ଓଡ଼ିଆ ଛବି ହେଲା ‘ଭଲ ପାଏ ତତେ ୧୦୦ ରୁ ୧୦୦’।ଏଥିରେ ବାବୁସାନ୍‌ଙ୍କ ବିପକ୍ଷରେ ନାୟିକା ଭାବେ ନଜର ଆସିଥିଲେ ସୂରମୟୀ।

ଏହାପରେ ସୂରମୟୀ ‘ଆଖି ଖୋଲିଲେ ତୁ ହି ତୁ’ଓ ‘ଶକ୍ତି’ଆଦି ସିନେମାରେ ନାୟିକା ଭୂମିକାରେ ନଜର ଆସିଛନ୍ତି। ଏଥିମଧ୍ୟରୁ ପ୍ରଥମଟିରେ ଦୀପକ ଓ ଦ୍ୱିତୀୟଟିରେ କରଣଙ୍କ ବିପକ୍ଷରେ ନାୟିକା ବନିଥିଲେ ସୂରମୟୀ। ସଂପ୍ରତି ସୂରମୟୀଙ୍କ ଅଭିନୀତ ଅନ୍ୟ ଏକ ଓଡିଆ ସିନେମା ‘କ୍ରିଷ୍ଣା’ ରିଲିଜ୍‌ ଅପେକ୍ଷାରେ ରହିଛି।

ସେ ଏବେ ଏକ ନୂଆ ସିନେମାରେ କାମ କରୁଛନ୍ତି।ଏହାର ଟାଇଟଲ୍‌ ରହିଛି ‘କ୍ରେଜି-ଫୋର୍‌’। ଏହି ସିନେମାରେ ଚାରିଜଣ କ୍ରେଜି ଲୋକଙ୍କୁ ଦେଖିବାକୁ ମିଳିବ। ଏମାନଙ୍କ ଭିତରୁ ଜଣେ ହେଲେ ସୂରମୟୀ।

By amfnews

Related Post