Fri. May 22nd, 2026

ଓମ୍‌ଫେଡ୍‌ ପାର୍ଲରରେ ଆକ୍ରମଣ ମାମଲା: ବିଚାର ବିଭାଗୀୟ ହାଜତରେ ୩ ଅଭିଯୁକ୍ତ

267 Views

ଖଣ୍ଡଗିରି : ଭରତପୁର ଗିରୀଶବିହାର-ଜିଏ କଲୋନି ରାସ୍ତାରେ ଓମ୍‌ଫେଡ୍‌ ପାର୍ଲର ମାଲିକଙ୍କୁ ହୋଇଥିବା ଆକ୍ରମଣ ମାମଲାରେ ମଙ୍ଗଳବାର ଖଣ୍ଡଗିରି ଥାନା ପୁଲିସ ୩ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି। ଅଭିଯୁକ୍ତମାନେ ହେଲେ ଭରତପୁରର ତାରିଣୀ ବସ୍ତି ଅଞ୍ଚଳର ସୁଶାନ୍ତ ମହାନ୍ତି(୨୪), ସନିଆ ମହାକୁଡ଼(୨୫) ଓ ଭାବଗ୍ରାହୀ ସାହୁ(୨୪)। ଆକ୍ରମଣରେ ବ୍ୟବହୃତ କଟୁରିକୁ ପୁଲିସ ଜବତ କରିଛି। ଜାମିନ୍ ନାମଞ୍ଜୁର ହେବାରୁ ସେମାନଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ରବିବାର ସନ୍ଧ୍ୟାରେ ତାରିଣୀ ବସ୍ତି ଅଞ୍ଚଳର ଜଣେ ଯୁବତୀଙ୍କୁ ଗିରୀଶବିହାର ଛକରେ କ‌ମେଣ୍ଟ ମାରିବା ଘଟଣାରୁ ଅଭିଯୁକ୍ତମାନଙ୍କ ସହ ସ୍ଥାନୀୟ ଲୋକଙ୍କ ଗଣ୍ଡଗୋଳ ଘଟିଥିଲା। ଯୁବତୀଙ୍କ ଆକୁଳ ନିବେଦନ ପରେ କିଛି ସ୍ଥାନୀୟ ଲୋକେ ଅଭିଯୁକ୍ତମାନଙ୍କୁ ପ୍ରତିରୋଧ କରିଥିଲେ। ଏହି ସମୟରେ ପାର୍ଲର ମାଲିକ ସୁବାସ ସାହୁ ଖଣ୍ଡଗିରି ଥାନାକୁ ଫୋନ୍ କରି ଜଣାଇ ଦେଇଥିଲେ। ପୁଲିସକୁ ଫୋନ୍‌ କରିଥିବାରୁ ସୁବାସଙ୍କ ଉପରେ ଅଭିଯୁକ୍ତମାନଙ୍କର ରାଗ ଥିଲା। ସୋମବାର ପୂର୍ବାହ୍ନ ପ୍ରାୟ ସାଢ଼େ ୧୧ଟା ବେଳେ ସେମାନେ ସୁବାସଙ୍କ ପାର୍ଲରରେ ପହଞ୍ଚି ଭଙ୍ଗାରୁଜା କରିବା ସହ ତାଙ୍କୁ କଟୁରିରେ ଆକ୍ରମଣ କରିଥିଲେ। କଟୁରି ଚୋଟ ତାଙ୍କ ବାମ ହାତ ପାପୁଲି‌ରେ ଗଭୀର କ୍ଷତ ସୃଷ୍ଟି ହୋଇଥିଲା।

By amfnews

Related Post