Thu. May 14th, 2026

ଓଡ଼ିଶାରେ ୬୦ ପ୍ରତିଶତରୁ ଅଧିକ ସ୍ୱାସ୍ଥ୍ୟସେବା କର୍ମଚାରୀଙ୍କୁ କରୋନାର ପ୍ରଥମ ଡୋଜ ଟିକା ଦିଆଯାଇଛି- କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ

224 Views

ନୂଆଦିଲ୍ଲୀ, ଫେବୃଆରୀ ୦୭ : ଓଡ଼ିଶାରେ ୬୦ ପ୍ରତିଶତରୁ ଅଧିକ ସ୍ୱାସ୍ଥ୍ୟସେବା କର୍ମଚାରୀଙ୍କୁ ଏପର୍ଯ୍ୟନ୍ତ ଓଡିଶାରେ କରୋନାର ପ୍ରଥମ ଡୋଜ ଟିକା ଦିଆଯାଇଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଦେଇଛି । ୧୩ଟି ରାଜ୍ୟ ମଧ୍ୟରେ ଓଡିଶାରେ ୬୦ ପ୍ରତିଶତରୁ ଅଧିକ ସ୍ୱାସ୍ଥ୍ୟ ସେବା କର୍ମଚାରୀଙ୍କୁ ଟୀକାକରଣ ଡ୍ରାଇଭରେ ଅନ୍ତର୍ଭୁକ୍ତ କରିଛି।

ସେହିପରି ଅନ୍ୟ ରାଜ୍ୟଗୁଡିକ ମଧ୍ୟରେ ବିହାର (୭୬.୬ ପ୍ରତିଶତ) ମଧ୍ୟପ୍ରଦେଶ (୭୬.୧) ତ୍ରିପୁରା (୭୬), ଉତ୍ତରପ୍ରଦେଶ (୭୧.୫), ମିଜୋରାମ (୬୯.୭), ଉତ୍ତରପ୍ରଦେଶ (୬୯), କେରଳ (୬୮.୧), ଓଡିଶା (୬୭.୬), ରାଜସ୍ଥାନ (୬୭.୩), ହିମାଚଳ ପ୍ରଦେଶ (୬୬.୮), ଲକ୍ଷ୍ମୀଦୀପ (୬୪.୫), ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ (୬୨.୯) ଏବଂ ଛତିଶଗଡ (୬୦.୫ ପ୍ରତିଶତ)ଟୀକାକରଣ ହୋଇଛି  ।

ଦେଶରେ ସମୁଦାୟ ସ୍ୱାସ୍ଥ୍ୟସେବା କର୍ମଚାରୀଙ୍କ ଶତକଡ଼ା ଟୀକାକରଣ ବିଷୟରେ ଅଧିକ ସୂଚନା ଦେଇ ମନ୍ତ୍ରଣାଳୟ କହିଛି ଯେ ଦେଶରେ ପ୍ରାୟ ୫୫ ପ୍ରତିଶତ ସ୍ୱାସ୍ଥ୍ୟକର୍ମୀଙ୍କୁ ଟୀକାକରଣ କରାଯାଇଥିବାବେଳେ ପ୍ରାୟ ୫ ପ୍ରତିଶତ ଫ୍ରଣ୍ଟଲାଇନ କର୍ମଚାରୀ ଆଜି ପର୍ଯ୍ୟନ୍ତ କରୋନା ଟିକା ପାଇଛନ୍ତି।

By amfnews

Related Post