Fri. Apr 24th, 2026

ଓକିଲ ଦୀପାଳିଙ୍କ ଆତ୍ମହତ୍ୟା ମାମଲା: ୩ ମାସ ଧରି ଲୁଚକାଳୀ ଖେଳିବା ପରେ ବନ୍ଧା ହେଲେ ବୟଫ୍ରେଣ୍ଡ

327 Views

ଭୁବନେଶ୍ୱର : ଧରାପଡ଼ିଲା ଅଭିଯୁକ୍ତ । ଭୁବନେଶ୍ୱର ଓକିଲ ଦୀପାଳି ପ୍ରିୟଦର୍ଶିନୀ ଜେନା ଆତ୍ମହତ୍ୟା ଘଟଣାରେ ୩ ମାସ ପରେ ଏକମାତ୍ର ଅଭିଯୁକ୍ତ ବିକ୍ରମ କେଶରୀ ମିଶ୍ର ଧରାପଡିଛି। ପୁଲିସ ସହିତ ଏତେ ଦିନ ଧରି ଲୁଚକାଳି ଖେଳିବା ପରେ ସେ ଆଜି ଆତ୍ମସମର୍ପଣ କରିଛି।

ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଭୁବନେଶ୍ୱର ସେସନ୍ସ କୋର୍ଟରେ ଆତ୍ମସମର୍ପଣ କରିଥିଲା ବିକ୍ରମ। ଓକିଲମାନେ ତାକୁ ଆକ୍ରମଣ କରିବାର ଆଶଙ୍କା ଥିବାରୁ କୋର୍ଟକୁ କଡ଼ା ସୁରକ୍ଷା ଭିତରେ ତାକୁ ଦୌଡ଼ାଇ ଦୌଡ଼ାଇ ନେଇଥିଲା ପୁଲିସ । ଦୀପାଳିଙ୍କୁ ମୃତ୍ୟୁ ପାଇଁ ବାଧ୍ୟ କରିବାର ଦଫା ୩୦୬, ହତ୍ୟା ଧମକ ଦଫା ୫୦୬ ଭଳି ସଙ୍ଗୀନ ଧାରା ଲାଗିଛି । ଜାମିନ ଖାରଜ ପରେ ବିକ୍ରମକୁ ଜେଲ୍ ପଠାଇ ଦିଆଯାଇଛି ।

ଗତ ବର୍ଷ ଅକ୍ଟୋବର ୨୦ରେ ନୂଆଗାଁରେ ଥିବା ଭଡ଼ା ଘରୁ ଦୀପାଳି ପ୍ରିୟଦର୍ଶନୀଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ମିଳିଥିଲା । ମୃତ୍ୟୁ ପୂର୍ବରୁ ଦୀପାଳିଙ୍କ ସହିତ ବୟ ଫ୍ରେଣ୍ଡ ବିକ୍ରମ ବି ସେହି ଘରେ ଥିଲେ । ଦୀପାଳି କବାଟ ବନ୍ଦ କରି ଆତ୍ମହତ୍ୟା କରିବା ପରେ ପରିବାର ଲୋକଙ୍କୁ ଜଣାଇ ଦେଇ ଫେରାର୍ ହୋଇ ଯାଇଥିଲା ବିକ୍ରମ । ଦୀପାଳିର ଆତ୍ମହତ୍ୟା ପାଇଁ ବିକ୍ରମକୁ ଦାୟୀ କରି ତା ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ପରିବାର।

ସୂଚନା ଅନୁଯାୟୀ, ଦୀପାଳି ଙ୍କ ଘର ଭଦ୍ରକ ଜିଲ୍ଲାରେ। ସେ ଭୁବନେଶ୍ୱରରେ ଭଡ଼ା ଘରେ ରହୁଥିଲେ। ଘଟଣା ଦିନଦୀପାଳି ଓ ତାଙ୍କ ପୁରୁଷ ବନ୍ଧୁ ଘରେ ଥିଲେ।

By amfnews

Related Post