Tue. Sep 22nd, 2026

ଏୟାର୍‌ ଇଣ୍ଡିଆ ବିମାନରେ କର୍ମଚାରୀଙ୍କୁ ଦୁର୍ବ୍ୟବହାର କରି ଜେଲ୍‌ ଗଲେ ଇଂଲଣ୍ଡର ବଡ଼ ଓକିଲ

438 Views

ଲଣ୍ଡନ: ମଦ ଦିଆ ନ ଯିବାରୁ ମୁମ୍ବାଇ-ଲଣ୍ଡନ ଏୟାର୍‌ ଇଣ୍ଡିଆ ବିମାନରେ ନଭେମ୍ବର ୨୦୧୮ରେ ଜଣେ କର୍ମଚାରୀଙ୍କୁ ଥରକୁ ଥର ଅଶ୍ଳୀଳ ଭାଷାରେ ଗାଳି ଦେଇ ଓ ଛେପ ପକାଇଥିବା କାରଣରୁ ଇଂଲଣ୍ଡର ଜଣେ ବରିଷ୍ଠ ଆନ୍ତର୍ଜାତିକ ମାନବ ଅଧିକାର ଓକିଲଙ୍କୁ ଗୁରୁବାର ଦିନ ଛଅ ମାସ ଲାଗି କାରାଦଣ୍ଡାଦେଶ ଦିଆଯାଇଛି।

ସାଇମନ୍‌ ବର୍ଣ୍ଣସ୍‌ ନାମକ ସେ ମହିଳା ଓକିଲ ନିଶାଗ୍ରସ୍ତ ଥାଇ ବିମାନ ପରିଚାରିକାଙ୍କୁ ବଡ଼ ପାଟିରେ ଗାଳିଫଜିତ କରିବା ଏବଂ ଛେପ ପକାଉଥିବାର ୫ ମିନିଟ୍‌ର ଫୁଟେଜ୍‌କୁ ଅଦାଲତରେ ପ୍ରଦର୍ଶନ କରାଯାଇଥିଲା।

ବିମାନରେ ମଦ ପିଇଥିବାରୁ ବର୍ଣ୍ଣସ୍‌ଙ୍କୁ ୬ ମାସ କାରାଦଣ୍ଡ ଏବଂ ଆକ୍ରମଣ କରିଥିବାରୁ ଦୁଇ ମାସ ଜେଲ୍‌ ଦଣ୍ଡାଦେଶ ହୋଇଛି। ସେ ଏୟାର୍‌ ଇଣ୍ଡିଆ ଓ ଭାରତୀୟଙ୍କୁ ଗାଳିଫଜିତ କରିଥିଲେ।

By amfnews

Related Post