Mon. Jul 27th, 2026
469 Views

କମ୍‌ ଉଡ଼ାଣ ପାଇଁ ଡିଜିସିଏ କାର୍ଯ୍ୟାନୁଷ୍ଠାନ, ଓଡ଼ିଶା, ଝାଡ଼ଖଣ୍ଡ, ଛତିଶଗଡ଼, ଆନ୍ଧ୍ରପ୍ରଦେଶରେ ବିମାନ ସେବା ବନ୍ଦ

ଭୁବନେଶ୍ବର : ଉଡାନ୍‌ ଯୋଜନାରେ ବିମାନ ଉଡ଼ାଣ ପାଇଁ ଅନୁମତି ପାଇଥିବା ଏୟାର ଓଡ଼ିଶାର ଲାଇସେନ୍ସକୁ ଭାରତୀୟ ବିମାନବନ୍ଦର କର୍ତ୍ତୃପକ୍ଷ (ଏଏଆଇ) ବାତିଲ୍ କରିଦେଇଛନ୍ତି। ‌ବୈଷୟିକ ତ୍ରୁଟି ଏବଂ ବିଭିନ୍ନ ଆଳ ଦେଖାଇ ଏୟାର ଓଡ଼ିଶା ନିୟମିତ ବିମାନ ଉଡ଼ାଣ ନ କରିବାରୁ ଏଏଆଇ ଏୟାର ଓଡ଼ିଶାର ଲାଇସେନ୍ସ ୧୯ତାରିଖରେ ରଦ୍ଦ କରିଥିବା ଜଣାପଡ଼ିଛି। ଏଥିରେ ଏୟାର ଓଡ଼ିଶାର ସମସ୍ତ ପୂର୍ବାଞ୍ଚଳ ଉଡ଼ାଣକୁ ବାତିଲ୍ କରାଯାଇଛି। ଏୟାର ଓଡ଼ିଶା ଉଡାନ୍ ଯୋଜନାରେ ଓଡ଼ିଶା, ଛତିଶଗଡ଼, ଆନ୍ଧ୍ରପ୍ରଦେଶ, ଝାଡ଼ଖଣ୍ଡରେ ବିମାନ ଉଡ଼ାଣ କରିପାରିବନି।

ଏହାର ଓଡ଼ିଶା ଏହି ୪ଟି ରାଜ୍ୟରେ ବିମାନ ଉଡ଼ାଣ ପାଇଁ ଲାଇସେନ୍ସ ପାଇଥିଲେ ହେଁ ୫ମାସ ମଧ୍ୟ‌େର ୭୦% ବିମାନ ଉଡ଼ାଣ କରିପାରିନଥିବାରୁ ଏଏଆଇ ଏହିଭଳି ପଦକ୍ଷେପ ନେଇଛି।

ଏୟାର ଓଡ଼ିଶାର ଲାଇସେନ୍ସ ରଦ୍ଦ ହେବା ପରେ ଭୁବନେଶ୍ବରରୁ ରାୟପୁର ଏବଂ ରାୟପୁରରୁ ଜଗଦଲପୁରକୁ ବିମାନ ଉଡ଼ାଣ ଏବେ ବନ୍ଦ ହୋଇଯାଇଛି। ସୂଚନାଯୋଗ୍ୟ ଯେ, ଏୟାର ଓଡ଼ିଶା ନିୟମିତ ବିମାନ ଉଡ଼ାଣ କରୁନଥିବାରୁ ଝାରସୁଗୁଡ଼ା ବିଧାୟକ ନବ ଦାସ ବିମାନବନ୍ଦର ସମ୍ମୁଖରେ ଧାରଣାରେ ବସିବା ସହ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଥିଲେ। ଏହାପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ରକୁ ଚିଠି ଲେଖି ପଦକ୍ଷେପ ନେବାକୁ ଅନୁରୋଧ କରିଥିଲେ। କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଏୟାର ଓଡ଼ିଶାର ଲାଇସେନ୍ସ ରଦ୍ଦ ହେବା ଦରକାର ବୋଲି କହିଥିଲେ। ଏହାପରେ ଏଏଆଇ ଏୟାର ଓଡ଼ିଶାକୁ ଚେତାବନି ଦେଇଥିଲେ ହେଁ ବିମାନ ଉଡ଼ାଣ ନିୟମିତ ହୋଇନଥିଲା। ଶେଷରେ ଏଏଆଇ ଏୟାର ଓଡ଼ିଶାର ଲାଇସେନ୍ସ ରଦ୍ଦ କରିଦେଇଛି।

ଅପରପକ୍ଷେ କିଛି ଦିନ ତଳେ ଏୟାର ଓଡ଼ିଶାର ଅଂଶଧନ କିଣିଥିବା ସାଉଦିଆରବ ବ୍ୟବସାୟୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସୌଜନ୍ୟମୂଳକ ସା‌କ୍ଷାତ କରିଥିଲେ।

ଏୟାର ଓଡ଼ିଶାର ଉଡ଼ାଣ ବାତିଲ୍ ହେବା ପରେ ପ୍ରାୟ ୨୦୦କୋଟି ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା ଝାରସୁଗୁଡ଼ା ବିମାନବନ୍ଦର ଭାଗ୍ୟ ଅନିଶ୍ଚିତତାକୁ ଠେଲି ହୋଇଛି।

By amfnews

Related Post