Sat. Jul 4th, 2026
317 Views

୫୮ ହଜାର କୋଟି ଟଙ୍କାର ଋଣ ଥିବା ହେତୁ ଏହି ନିଷ୍ପତ୍ତି

ନୂଆଦିଲ୍ଲୀ: ବିମାନ କମ୍ପାନି ଏୟାର ଇଣ୍ଡିଆ କୋଟି କୋଟି ଟଙ୍କା ଋଣରେ ବୁଡ଼ି ରହିଥିବା ହେତୁ ଏହାକୁ ବିକ୍ରି କରାଯିବାଲାଗି ମସୁଧା ଚାଲିଥିବା ଜଣାଯାଇଛି । ମିଳିଥିବା ସୂଚନା ଅନୁଯାୟୀ ଆଗାମୀ ମାସରେ କେନ୍ଦ୍ର ସରକାର ଏୟାର ଇଣ୍ଡିଆର ନିଲାମ୍ କରିବେ ।

ଏୟାର ଇଣ୍ଡିଆ ମୁଣ୍ଡ ଉପରେ ଏବେ ୫୮ ହଜାର କୋଟି ଟଙ୍କାର ଋଣଭାର ରହିଛି । ସେଥିପାଇଁ ତାକୁ ବିକ୍ରି କରିବାକୁ ସରକାର ଯୋଜନା ପ୍ରସ୍ତୁତ କରୁଥିବା କୁହାଯାଉଛି । ଏଥିପାଇଁ ଆବଶ୍ୟକ କାଗଜପତ୍ରକୁ ଅନ୍ତିମ ରୂପ ଦିଆଯାଉଛି । ଚଳିତ ମାସ ଶେଷ ବେଳ କିମ୍ବା ଆସନ୍ତା ମାସରେ ସରକାର କମ୍ପାନିକୁ ନିଲାମ କରିପାରନ୍ତି । ଖୁବଶୀଘ୍ର ଏଥିପାଇଁ ଇ-ଟେଣ୍ଡର ଜରିଆରେ ଟେଣ୍ଡର ପ୍ରକାଶ ପାଇବ

air india
ବେସାମରିକ ବିମାନ ସଚିବ ପ୍ରଦୀପ ସିଂହ ଖରୋଲା ଆଗାମୀ ୨୨ ତାରିଖରେ କମ୍ପାନିର ନିର୍ଦ୍ଦେଶକ ମଣ୍ଡଳୀଙ୍କ ସହିତ ବୈଠକ କରିବେ ବୋଲି ଜଣାଯାଇଛି। ଏହି ବୈଠକରେ ନିଲାମ ପ୍ରସ୍ତାବକୁ ମଞ୍ଜୁରୀ ମିଳିବ ବୋଲି କୁହାଯାଉଛି। ତେବେ କମ୍ପାନିର କର୍ମଚାରୀ ମାନେ ଏହି ନିଷ୍ପତ୍ତିକୁ ତୀବ୍ର ବିରୋଧ କରୁଛନ୍

notification icon
We’d like to show you notifications for the latest news and updates.

By amfnews

Related Post