Wed. Aug 19th, 2026

ଏହି ସବୁ ସମୟରେ ପାଣି ପିଇବେ ନାହିଁ; ଶରୀର ପାଇଁ ହୋଇଥାଏ କ୍ଷତି

513 Views

କୁହାଯାଏ ପାଣି ପିଇବା ଶରୀର ପାଇଁ ଖୁବ ଭଲ ହୋଇଥାଏ। ଜଣେ ମଣିଷ ଯେତେ ପରିମାଣର ପାଣି ପିଇଥାଏ ସେତେ ପରିମାଣରେ ସେ ସୁସ୍ଥ ରହିଥାଏ। ଅତ୍ୟାଧିକ ପାଣି ପିଇବା ଆଦୌ ବି କ୍ଷତିକାରକ ନୁହେଁ। ମାତ୍ର ସବୁ ସମୟରେ ପାଣି ପିଇବା ଭଲ ହୋଇନଥାଏ। ତେବେ ଚାଲନ୍ତୁ ଜାଣିବା କେଉଁ ସମୟରେ ପାଣି ପିଇବା ଶରୀର ପାଇଁ କ୍ଷତିକାରକ ସାବ୍ୟସ୍ତ ହୋଇପାରେ।

ଗାଧୋଇ ଆସି କିଛି ଖାଇନସାରି ତୁରନ୍ତ ପାଣି ପିଅନ୍ତୁ ନାହିଁ। ଗାଧୋଇ ସାରି ସଙ୍ଗେ ସଙ୍ଗେ ପାଣି ପିଇଲେ ଶରୀରରୁ ଥଣ୍ଡା ଛାଡ଼େ ନାହିଁ। କଫ, କାଶ ଆଦି ବିଭିନ୍ନ ସମସ୍ୟା ଉପୁଜିଥାଏ।

ଦହି, ଖିରି, କାକୁଡ଼ି, ଖଟା, ପଖାଳ କିମ୍ବା ତେଲ ଭାଜି ଖାଇ ସାରିବା ପରେ ପରେ ପାଣି ପିଅନ୍ତୁ ନାହିଁ। ବିଭିନ୍ନ ପ୍ରକାରର ସମସ୍ୟା ଉପୁଜିପାରେ।

ଚା’, କଫି, ସୁପ୍‌ ଆଦି ଗରମ ପାନୀୟ ପିଇବା ପରେ ମଧ୍ୟ ପାଣି ପିିଇବା ନେଇ ବାରଣ ରହିଛି। ଏମତି କଲେ ଆପଣ ବିଭିନ୍ନ ରୋଗର ସାମ୍ନା କରିପାରନ୍ତି।

ଏହା ବ୍ୟତୀତ ଆପଣ ସଂଧ୍ୟା ହେବା ମାତ୍ରେ ପାଣି ପିଇବାର ମାତ୍ରା କମ କରନ୍ତୁ। ରାତିରେ ଯେତେ କମ୍‌ ପାଣି ପିଇବେ ସେତେ ଭଲ।

କୌଣସି କଠିନ ପରିଶ୍ରମ କରିବା ପରେ କିମ୍ବା ଜିମ୍‌ କି ଓ୍ଵାକ୍‌ରୁ ଫେରି ଅଥବା ଝାଳ ବୋହୁଥିବା ବେଳେ ପାଣି ପିଅନ୍ତୁ ନାହିଁ।

By amfnews

Related Post